Categories: ଜାତୀୟ

୭୫ ପ୍ରତିଶତ ଭାରତବାସୀ ଧର୍ମନିରପେକ୍ଷତା ଉପରେ କରନ୍ତି ବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୩।୬: ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଥାତ୍‌ ୭୫ ପ୍ରତିଶତ ଲୋକ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି। ସେଣ୍ଟର ଫର୍‌ ଷ୍ଟଡିଜ୍‌ ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌(ସିଏସ୍‌ଡିଏସ୍‌) ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏସବୁ ଲୋକ ସୋସିଆଲ୍‌ ମିଡ଼ିଆ ବ୍ୟବହାର କରିଥାନ୍ତି। ତେବେ ସୋସିଆଲ୍‌ ମିଡ଼ିଆ ବ୍ୟବହାର କରୁ ନ ଥିବା ୭୩ ପ୍ରତିଶତ ମଧ୍ୟ ଧର୍ମନିରପେକ୍ଷତାରରେ ବିଶ୍ୱାସ ରଖନ୍ତି। ଅପରପକ୍ଷରେ ବିଭିନ୍ନ ସୋସିଆଲ୍‌ ମିଡ଼ିଆ ସହ ଜଡ଼ିତ ଥିବା ୧୯ ପ୍ରତିଶତ ଲୋକ ଭାରତ ଏକ ହିନ୍ଦୁ ଦେଶ ବୋଲି କହିଥାନ୍ତି। ସେହିପରି ସୋସିଆଲ୍‌ ମିଡ଼ିଆ ସହିତ ଜଡ଼ିତ ନ ଥିବା ୧୭ ପ୍ରତିଶତଙ୍କ ମଧ୍ୟରେ ଏଭଳି ଭାବନା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ସର୍ଭେ ଏପ୍ରିଲ୍‌ ମେ ମାସରେ ହୋଇଥିବାବେଳେ ଏଥିରେ ୨୬ଟି ରାଜ୍ୟର ୨ ଶହ ୧୧ ସଂସଦୀୟ କ୍ଷେତ୍ରକୁ ସାମିଲ୍‌ କରାଯାଇଥିଲା। ଏଥିରେ ୨୬ ହଜାର ୨ଶହ ୩୬ ଲୋକଙ୍କ ମତାମତ ଲୋଡାଯାଇଥିଲା।

Share