Categories: ଜାତୀୟ

୭୬ବର୍ଷ ପରେ ଜଣେ ଶିଶୁ ପାଇଁ ଖୋଲିଲା ସ୍କୁଲ

ଚେନ୍ନାଇ. ୨୦।୬: ତାମିଲନାଡୁର ଏକ ପ୍ରାଥମିକ ସ୍କୁଲ ୭୬ ବର୍ଷ ପରେ ଗୋଟିଏ ଶିଶୁ ପାଇଁ ଖୋଲିଛି। କ୍ଲୂପରାଇର ଚିନ୍ନାଇକଲ୍ଲାରର ଏହି ସ୍କୁଲ ଦ୍ରବିଡାର ଏବଂ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ଚଲାଯାଏ। ୧୯୪୩ରେ ଏହି ସ୍କୁଲ ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କ ପିଲାଙ୍କୁ ପଢାଯିବା ପାଇଁ ଖୋଲାଯାଇଥିଲା। ଧୀରେ ଧୀରେ ଶ୍ରମିକମାନେ ଉକ୍ତ ସ୍ଥାନ ଛାଡି ପଳାଇବାକୁ ଲାଗିଲେ। ଫଳରେ ସ୍କୁଟି ବନ୍ଦ ହୋଇଯାଇଥିଲା। ଚିନ୍ନାଇକଲ୍ଲାରର ଚା’ ବଗିଚାରେ କାମ କରୁଥିବା ରାଜେଶ୍ୱରୀ ନିଜ ୬ ବର୍ଷର ପୁଅ ଶିବାଙ୍କୁ ସ୍କୁଲରେ ପାଠ ପଢାଇବାକୁ ଚାହଁୁଥିଲେ। ବନ୍ଦ ଥିବା ପେରିଆକଲ୍ଲାର ସ୍କୁଲଟିକୁ ପୁଣି ଥରେ ଖୋଲା ଯିବା ପାଇଁ ସେ ଆଦିବାସୀ କଲ୍ୟାଣ ବିଭାଗକୁ ଆବେଦନ କରିଥିଲେ। ଫଳରେ ସ୍ବୁଲଟି ପୁଣି ଥରେ ଖୋଲିଥିଲା। ସେଠାରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତ ଦିଆଯାଇଛି। ଯେ କି ଶିବା ଏବଂ ସ୍କୁଲ ଖବର ବୁଝୁଛନ୍ତି।

Share