୭୬୧ ଜଣଙ୍କ ସ୍ବାବ୍‌ ନମୁନା ସଂଗୃହୀତ

ରତ୍ନଗିରି, ୪।୫ (ଡି.ଏନ.ଏ.): ବରୀ ବ୍ଲକରୁ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଳାମାଟିଆ ପଞ୍ଚାୟତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬୦ ଜଣଙ୍କ ସ୍ବାବ ନମୁନା ରବିବାର ସଂଗ୍ରହ କରାଯାଇଥିଲା। ସୋମବାର ସମ୍ପୃକ୍ତ ୬୦ ଜଣଙ୍କ ସଂସ୍ବର୍ଶରେ ଆସିଥିବା ୨୧୯ ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ଏହାଛଡ଼ା ବାଇଁଶିରିଆ ପଞ୍ଚାୟତରୁ ୧୮୩ ଜଣ ଓ ଉଦୟନାଥପୁର ପଞ୍ଚାୟତରୁ ୩୫୦ଜଣଙ୍କ ସ୍ବାବ୍‌ ନମୁନା ମେଡିକାଲ ଟିମ୍‌ ପକ୍ଷରୁ ସଂଗ୍ରହ କରାଯାଇଛି। ଏତଦ୍‌ବ୍ୟତୀତ ସୁରତରୁ ଗତ ୨ ତାରିଖରେ ନିକଟସ୍ଥ ଅନ୍ୟାସୀପୁର ପଞ୍ଚାୟତକୁ ଫେରି ସଂଗରୋଧରେ ଥିବା ୯ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ସ୍ବାବ ସଂଗ୍ରହ ସମୟରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. କୌଶିକ ପାତ୍ର, ଜିନତ ଦାସ, ଭାଗ୍ୟଶ୍ରୀ ଜେନା, କୈଳାସ ଚନ୍ଦ୍ର ପତି, ସ୍ବାସ୍ଥ୍ୟକର୍ମୀ ମୁକୁନ୍ଦ ନାୟକ, ପ୍ରଶାନ୍ତ କୁମାର ସ୍ବାଇଁ, ମନୋରଞ୍ଜନ ପୋଥାଳ, ମାନଗୋବିନ୍ଦ ଦାମଲ, ରମାକାନ୍ତ ବାରିକ, ଧୀରେନ ସାହୁ, ଯଶୋଲିନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟ ଆସନ୍ତା ୨-୩ ଦିନ ମଧ୍ୟରେ ଆସିବ ବୋଲି ଡା. ପାତ୍ର ସୂଚନା ଦେଇଛନ୍ତି।

Share