Categories: ଜାତୀୟ

୭୬ ଘଣ୍ଟା ଖାଦ୍ୟ ପ୍ରସ୍ତୁତ କରି ରେକର୍ଡ କଲେ ଲତା

ଭୋପାଳ,୭।୯: ମଧ୍ୟ ପ୍ରଦେଶ ରିବା ଅଞ୍ଚରରେ ଥିବା ସେଫ୍‌ ଲତା ଟଣ୍ଡନ ଦୀର୍ଘ ୭୬ ଘଣ୍ଟା ଧରି ରୋଷେଇ କରିବା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସେ ଏହି ୭୬ଘଣ୍ଟା ମଧ୍ୟରୁ ମାତ୍ର ୪ ଘଣ୍ଟା ବିଶ୍ରାମ ନେଇଥିବା କୁହାଯାଇଛି। ରେକର୍ଡ ନିଶାରେ ସେ ଏମିତି କରୁଥିବା ଜଣାପଡିଛି। ତେବେ ଲତାଙ୍କ କାମ ଦେଖିବାକୁ ଏସିଆ ବୁକ୍‌ ଅଫ୍‌ ରେକର୍ଡ ଓ ଇଣ୍ଡିଆ ବୁକ୍‌ ଅଫ ରେକର୍ଡର କେତେଜଣ କର୍ମକର୍ତ୍ତା ଉପସ୍ଥିତ ଥିବା ଜଣାପଡିଛି। ଏହାପରେ ସେ ୭୮ ଘଣ୍ଟା ଧରି ଖାଦ୍ୟ ପ୍ରସ୍ତୁତ କରିବେ ବୋଲିଲକ୍ଷ୍ୟ ରଖିଥିବା କହିଛନ୍ତି। ଏଥିପାଇଁ ସେ ଦୀର୍ଘଦିନ ହେବ ନିଜକୁ ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି।

Share