୭୬ ବର୍ଷରେ ବି ଝିଅମାନଙ୍କୁ ଟକ୍କର ଦେଉଛନ୍ତି ତନୁଜା

ବଲିଉଡ୍‌ର ୭୬ ବର୍ଷିୟା ଭେଟେରାନ ଅଭିନେତ୍ରୀ ତନୁଜାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନୀଳ ରଙ୍ଗର ଏକ ସୁଇମିଙ୍ଗ୍‌ ସୁଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଝିଅ ତନୀଷାଙ୍କ ଜନ୍ମଦିନ ଅବସରରେ ଉଠାଯାଇଥିଲା। ତନିଷା ଏହି ଫଟୋଟିକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ମା’ ତନୁଜାଙ୍କ ସମେତ ଅନ୍ୟ ବନ୍ଧୁଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ତନୁଜାଙ୍କ ଅନ୍ଦାଜକୁ ବେଶ୍‌ ପ୍ରଶଂସା କରାଯାଉଛି। ପରିଣତ ବୟସରେ ମଧ୍ୟ ତନୁଜା ଅନ୍ୟ ଝିଅମାନଙ୍କୁ ଟକ୍କର ଦେଉଥିବା ଜଣେ ପ୍ରଶଂସକ କମେଣ୍ଟ କରିଛନ୍ତି। ବୟସ ବଢ଼ିବା ସାଙ୍ଗକୁ ମା’ ଝିଅ ଅଧିକ ସୁନ୍ଦର ଦେଖାଯାଉଥିବା ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି।

Share