୭୭ ବର୍ଷରେ ଯୋଗ: ପାଣିରେ ପଦ୍ମାସନ-ଶବାସନ କରି ଚର୍ଚ୍ଚାରେ ଶିବାଜୀ

କଟକ ଅଫିସ,୨୧।୬: ଶୁକ୍ରବାର ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ କଟକ ଚାନ୍ଦିନିଚୌକ ବ୍ରାହ୍ମଣସାହିର ଜଣେ ବୃଦ୍ଧ ପାଣିରେ ଯୋଗ କରିଛନ୍ତି। ସେ ହେଲେ ଶିବାଜୀ ସିଂହ। ତାଙ୍କୁ ଏବେ ୭୭ବର୍ଷ। ପରିଣତ ବୟସରେ ମଧ୍ୟ ସେ ଯୋଗକୁ ନିରୋଗ ରହିବାର ଅସ୍ତ୍ର ଭାବେ ବିବେଚନା କରନ୍ତି। ଏହି ଦିବସର ମହାନିୟତାକୁ ଜଣାଇବାକୁ ଯାଇ ଶିବାଜୀ ମହାନଦୀ ଗଡ଼ଗଡ଼ିଆ ଘାଟିରେ ପଦ୍ମାସନ ଓ ଶବାସନ ଭଳି ଆସନ କରି ଚର୍ଚ୍ଚାକୁ ଆସିଛନ୍ତି।

ଦୀର୍ଘ ୨୦ ବର୍ଷ ଧରି ଶିବାଜୀ ଯୋଗମାର୍ଗକୁ ଆପଣାଇଛନ୍ତି। ଏପରି କରିବା ଦ୍ୱାରା ସେ ଅନେକ ରୋଗରୁ ନିଜକୁ ରକ୍ଷା କରିପାରିଛନ୍ତି। ପଦ୍ମାସନ କରିବା ଦ୍ୱାରା ପେଟ ନ ବାହାରିବା ସହ ଅନେକ ଫାଇଦା ମିଳିଥାଏ। ସେହିଭଳି ଶବାସନ ଦ୍ୱାରା ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ଏସବୁରୁ ରକ୍ଷା ପାଇବା ଲାଗି ଯୋଗ ଅଭ୍ୟାସ କରୁଛନ୍ତି ବୋଲି ସେ କୁହନ୍ତି। ସେ ପୋଲିସମାନଙ୍କୁ ପହଁରା ଶିକ୍ଷା ଦେଇଛନ୍ତି। ଏଥିସହ ଅନେକ ସ୍ଥାନରେ ଏଭଳି ପାଣିରେ ଯୋଗ କରି ସମସ୍ତଙ୍କୁ ଚକିତ କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri