Categories: ଜାତୀୟ

୭୮ଟି ଲୋକ ସଭା ଆସନ ହାର୍‌ଜିତ୍‌ରେ ଗ୍ରହଣ କରିବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ତେବେ ଫଳ ପ୍ରକାଶ ପୂର୍ବରୁ ହାର୍‌ଜିତ୍‌ ନେଇ ଅଙ୍କକଷା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ ୭୮ଟି ଲୋକ ସଭା ଆସନ ଏନଡିଏ ଏବଂ ୟୁପିଏ ହାର୍‌ଜିତ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ଏହି ଆସନରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଏଥିରୁ ଭାଜପାକୁ ୩୩ ଏବଂ ଏହାର ସହଯୋଗୀ ଦଳଙ୍କୁ ୪ ଟି ଆସନ ଯିବାର ଆଶା ରହିଛି। ସେହିପରି କଂଗ୍ରେସ ଖାତାକୁ ୧୩ ଏବଂ ଏହାର ସହଯୋଗୀ ୪ ଆସନ ହାତେଇବାର ଆଶା ରହିଛି। ସେହିପରି ଅନ୍ୟ ଆସନରେ ଆଞ୍ଚଳିକ ଦଳ ମୁଖ୍ୟ ଭୂମିକା ଗ୍ରହଣ କରିବାର ଆଶା ରହିଛି। ଏହି ଆସନଗୁଡିକରୁ ଅଧିକରେ ଭାଜପା ବିଜୟୀ ହେଲେ କେନ୍ଦ୍ରରେ ସରକାର ଗଠନ କରିବାରେ ପ୍ରତିବନ୍ଧକ ରହିବ ନାହିଁ। ତେବେ ଅପରପକ୍ଷରେ ଏଥରୁ କଂଗ୍ରେସ ଅଧିକରେ ବିଜୟୀ ହେଲେ ଶାସନ ଡୋର ୟୁପିଏ ହାତକ ଯିବାର ଆଶା ରହିବ।

Share