Categories: ବାଣିଜ୍ୟ

୭୮% ହ୍ରାସ ପାଇଛି ୟେସ୍‌ ବ୍ୟାଙ୍କ ଶେୟାର;୭ ହଜାର କୋଟି କ୍ଷତି ସହିଲେ ରାଣା କପୁର

ନୂଆଦିଲ୍ଲୀ,୧୯-୭: ବିଭିନ୍ନ କାରଣରୁ ଗତବର୍ଷ ଅଗଷ୍ଟରୁ ଅଦ୍ୟାବଧି ୟେସ୍‌ ବ୍ୟାଙ୍କ ଶେୟାର ୭୮ ପ୍ରତିଶତ ହ୍ରାସ ପାଇଛି। ଫଳରେ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କୁ ପ୍ରାୟ ୭ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏନ୍‌ପିଏ ବୃଦ୍ଧି କାରଣରୁ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ ତ୍ରୈମାସରେ ୟେସ୍‌ ବ୍ୟାଙ୍କକୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ଅନ୍ୟପକ୍ଷରେ ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଏହି କାରଣରୁ ରାଣାଙ୍କ ମୋଟ ସମ୍ପତ୍ତି ପରିମାଣ ୧.୪ ବିଲିୟନ ଡଲାର ହ୍ରାସ ପାଇ ୩୭.୭ କୋଟି ଡଲାରରେ ପହଞ୍ଚତ୍ଛି। ୬୧ବର୍ଷୀୟ ରାଣା ୨୦୦୪ରେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠା କରିବା ପରେ ପରବର୍ତ୍ତୀ ୧୫ ବର୍ଷ ଭିତରେ ଏହାକୁ ଦେଶର ଶୀର୍ଷ ୪ ବ୍ୟାଙ୍କ ମଧ୍ୟରେ ସାମିଲ କରିଥିଲେ। ଏହା ପରେ ଏହା ଏନ୍‌ପିଏକୁ ନେଇ ବିବାଦ ଘେରକୁ ଆସିଥିଲା।

Share