Categories: ଜାତୀୟ

୭ କରୋନା ସନ୍ଦିଗ୍ଧ ନିଖୋଜ

ଲୁଧିଆନା,୧୪ା୩(ପି.ଟି.): କରୋନା ସଂକ୍ରମିତ ଦେଶରୁ ଫେରିଥିବା ପଞ୍ଜାବ ଲୁଧିଆନା ଜିଲାର ୭ ଜଣଙ୍କ ପତ୍ତା ମିଳୁନାହିଁ। ଯଦି ସେମାନେ କରୋନା ସଂକ୍ରମିତ ହୋଇଥିବେ ତେବେ ଏହି ଭୂତାଣୁ ଅନ୍ୟମାନଙ୍କୁ ବ୍ୟାପିବା ଆଶଙ୍କା ରହିଛି। ସେମାନେ ଦେଇଥିବା ଠିକଣା ଭୁଲ୍‌ ବୋଲି ଜଣାପଡିଛି। ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସର ସହାୟତା ଲୋଡାଯାଇଛି। ପଞ୍ଜାବର ଅମୃତସର ଓ ମୋହାଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ୮୫,୦୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଯାଞ୍ଚ କରାଗଲାଣି।

Share