ମସ୍କୋ,୨।୧୨: ରୁଷିଆରେ ଏକ ଆର୍ଟ ମ୍ୟୁଜିୟମ୍ରେ ଦାମିକା ଚେୟାର ରହିଛି। ଚେୟାରଟି ଏକ ଲକ୍ଷ ଡଲାର ନୋଟ୍ରେ ନିର୍ମିତ ହୋଇଛି। ଭାରତୀୟ ମୁଦ୍ରାରେ ଏହା ଦାମ ୭କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାକୁ ସୁରକ୍ଷିତ ଭାବେ ଅଢ଼େଇ ଇଞ୍ଚ୍ ମୋଟା ବୁଲେଟ୍ ପ୍ରୁଫ୍ କାଚ ଘର ମଧ୍ୟରେ ରଖାଯାଇଛି। ଏହା ଉପରେ ବସିବା ପାଇଁ ୨୯ ନଭେମ୍ବରଠାରୁ ସାଧାରଣ ଲୋକଙ୍କୁ ଆମନ୍ତ୍ରିତ କରାଯାଇଛି। ଏହାଉପରେ ବସି କିପରି ଟଙ୍କା ରୋଜଗାର କରିହେବ ତାହା ଚିନ୍ତା କରିବାକୁ ଆର୍ଟ ମ୍ୟୁଜିୟମ୍ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହି ଚେୟାରର ନାମ ଏକ୍ସ୍-୧୦ ମନି ଥ୍ରୋନ୍ ରଖାଯାଇଛି। ଏହାକୁ ରୁଷିଆର କଳାକାର ଆଲେକ୍ସ୍ ସର୍ଜିୟେଙ୍କୋ ନିର୍ମାଣ କରିଛନ୍ତି।