୭ ଜିଲାକୁ ପ୍ରବଳ ବର୍ଷା: ରାତି ସାଢ଼େ ୮ଟା ଯାଏ ସତର୍କ ସୂଚନା ଜାରି

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଛି। ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ବାୟୁ ପ୍ରବାହ ହେଉଛି ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ମଙ୍ଗଳବାର ରାତି ସାଢ଼େ ୮ଟା ଯାଏ ରାଜ୍ୟର ୭ଟି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ ଓ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୟାଗଡ଼, କେନ୍ଦୁଝର, କନ୍ଧମାଳ, ବୌଦ୍ଧ ଏବଂ ଢୋଙ୍କାନାଳରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Share