Posted inପୁରୀ

୭ ଦଫା ଦାବି ନେଇ ମତ୍ସ୍ୟଜୀବୀ ସଂଘର ଦାବି

ବ୍ରହ୍ମଗିରି,୪ା୬(ଡି.ଏନ.ଏ): ଫନୀ ବାତ୍ୟା ସହାୟତା ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମଗିରି ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଗୁରୁବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇଛି। ଏହାସହ ୭ ଦଫା ସମ୍ବନ୍ଧିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଫନୀରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ବେଳେ ସହାୟତା ପାଇଁ ସରକାରଙ୍କ ନିଷ୍ପତ୍ତି କ୍ରମେ ତଦନ୍ତ ହୋଇଥିଲା। ହେଲେ ଏହି ତଦନ୍ତରେ ବ୍ୟାପକ ଅନିୟମିତତା ହେବାରୁ ଅନେକ ଯୋଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଏ ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ଉଚ୍ଚପଦାଧିକାରୀମାନେ ଆସି ତଦନ୍ତ କରିଥିଲେ। ଉକ୍ତ ତଦନ୍ତ ତାଲିକାକୁ ପୁରୀ ଜିଲାପାଳ ସ୍ବୀକୃତି ପ୍ରଦାନ କରିବା ସହ ସରକାରଙ୍କଠାରୁ ଅର୍ଥ ମଞ୍ଜୁର ଆଣି ଉଭୟ ବ୍ଲକର ୩୨ ପଞ୍ଚାୟତ ମଧ୍ୟରୁ ୨୮ପଞ୍ଚାୟତର ହିତାଧିକାରୀଙ୍କ ଜମାଖାତାକୁ ଟଙ୍କା ହସ୍ତାନ୍ତର କରିଥିଲେ। କିନ୍ତୁ କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା, ମାଣିକା, ଗୋପୀନାଥପୁର ପଣସପଦା ପଞ୍ଚାୟତରେ ଥିବା ହିତାଧିକାରୀଙ୍କ ଜମାଖାତାକୁ ଟଙ୍କା ପଠାଯାଇ ନ ଥିବା ଅଭିଯୋଗ କରିଥିଲେ। ଏ ନେଇ ପୁନର୍ବାର ଆରଆଇ, ଅମିନ ଓ ପିଅନ ତଦନ୍ତ କରି ୧୫ ହଜାର ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୯ ହଜାର ହିତାଧିକାରୀ ତାଲିକା ସିଦ୍ଧାନ୍ତ ହୋଇଥିଲା। ତାଲିକା ସାର୍ବଜନୀନ ହେଉ ନ ଥିବାରୁ ହିତାଧିକାରୀମାନେ ଜାଣିପାରୁ ନ ଥିବାରୁ ସେମାନେ ମତ୍ସ୍ୟଜୀବୀ ସଂଘକୁ ଜଣାଇଥିଲେ। ଫଳରେ ସଂଘ ସଭାପତି ସଦାଶିବ ଜେନାଓ ସମ୍ପାଦକ ସୀମାଞ୍ଚଳ ବେହେରାଙ୍କ ନେତୃତ୍ୱରେ ତାଲିକା ସାର୍ବଜନୀନ କରିବା, ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସଚଳ କରିବା, ତୁରନ୍ତ ପକ୍କାଘର ଯୋଗାଇ ଦିଆଯିବା ଆଦି ୭ଦଫା ଦାବି ନେଇ ତହସିଲ ଅଫିସ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ପରେ ସଂଘ ପକ୍ଷରୁ ଏକ ଦାବିପତ୍ର ବ୍ରହ୍ମଗିରି ତହସଲଦାର ନ ଥିବାରୁ ଅତିରିକ୍ତ ତହସିଲଦାର ହେମନ୍ତ ଭାରିମଲ୍ଲଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

ସାକ୍ଷୀଗୋପାଳ, ୨୩।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଅଦିନିଆ ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି।...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍: ସୂଚନା ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୦।୧୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍ ଖୁବ ଶୀଘ୍ର ପରିବର୍ତ୍ତନ ହେବ। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ପୁରୁଣା ଡିଜାଇନ୍ ଆଉ...

ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯ା୧୨: ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ନୂଆବର୍ଷରୁ...

ମଙ୍ଗଳବାରଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ,୧୬।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି। ଦୈନିକ ୫ ଘଣ୍ଟା ଧରି ମରାମତି କାମ ହେବାକୁ ଥିବାରୁ ଏଥିପାଇଁ ଶ୍ରୀମନ୍ଦିର...

ଶ୍ରୀମନ୍ଦିର ଭିତରେ ସେବାୟତ ହାତାହାତି: ଜଣେ ଆହତ

ପୁରୀ,୧୫।୧୨(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ଭିତରେ ସୋମବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ଦେବାୟତ ହାତାହାତି ହେଇଛନ୍ତି ।...

ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଧନୁ ସଂକ୍ରାନ୍ତିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ଏହି ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତି ଠାରୁ...

ଧନୁ ସଂକ୍ରାନ୍ତି ପାଳନକୁ ନେଇ ଦ୍ୱନ୍ଦ୍ୱ

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଚଳିତବର୍ଷ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜିର ଗଣନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri