ନୂଆଦିଲ୍ଲୀ,୨୪ା୬(ପି.ଟି.): ନୂଆଦିଲ୍ଲୀସ୍ଥିତ ପାକିସ୍ତାନର ହାଇ କମିଶନ ଅଫିସରେ ଥିବା ଷ୍ଟାଫ୍ ମଧ୍ୟରୁ ୫୦% କର୍ମଚାରୀଙ୍କୁ ପ୍ରତ୍ୟାହାର କରିବା ପାଇଁ ଭାରତ ପକ୍ଷରୁ ଇସ୍ଲାମାବାଦକୁ କୁହାଯାଇଛି। ଅନୁରୂପ ଭାବେ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୫୦% ଊଣା ହେବେ। ଏନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ ସମନ କରାଯାଇଛି। ପାକିସ୍ତାନ ହାଇକମିଶନ୍ର ଅଧିକାରୀମାନେ ଭାରତ ବିରୋଧୀ ଗୁପ୍ତଚରଗିରି କରିବା ଓ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ନୂଆଦିଲ୍ଲୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।