Categories: ଖେଳ

୭ ନମ୍ବରରେ ବ୍ୟାଟିଂ କରିବାକୁ କାହିଁକି ଆସିଲେ ରୋହିତ ଶର୍ମା: ନିଜେ କଲେ ଖୁଲାସା

ବ୍ରିଜ୍‌ଟାଉନ୍‌,୨୮।୭: ବାର୍ବାଡୋସର କେନସିଙ୍ଗଟନ୍‌ ଓଭାଲରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଭାରତ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୧୧୪ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ମୋଟ ୧୫ ଉଇକେଟ ମଧ୍ୟରୁ ସ୍ପିନରମାନେ ୧୦ଟି ଉଇକେଟ୍‌ ନେଇ ମ୍ୟାଚ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏହି ସ୍ପିନ-ଫ୍ରେଣ୍ଡଲି ପିଚରେ ମଧ୍ୟ ଅନେକ ବାଉନ୍ସ ଦେଖିବାକୁ ମିଳିଥିଲା।
ମ୍ୟାଚ ପରେ ରୋହିତ ଶର୍ମା କହିଛନ୍ତି, ମୁଁ କେବେ ଭାବି ନ ଥିଲି ଯେ ପିଚ ଏହିପରି ଖେଳିବ। ପିଚ ଦ୍ରୁତ ବୋଲର ଏବଂ ସ୍ପିନର ଉଭୟଙ୍କ ପାଇଁ ଥିଲା କିନ୍ତୁ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ବ୍ୟାଟିଂ କ୍ରମରେ ପରିବର୍ତ୍ତନ ସମ୍ପର୍କରେ ରୋହିତ କହିଛନ୍ତି ଯେ, ମୁଁ ଏହି ସ୍ଥାନରେ ବ୍ୟାଟିଂ କରିବାକୁ ଆସିବାବେଳେ ପୂର୍ବଦିନଗୁଡିକ ମନେ ପଡିଯାଇଥିଲା। ଭାରତ ପାଇଁ ଡେବ୍ୟୁବେଳେ ୭ ନମ୍ବରରେ ବ୍ୟାଟିଂ କରୁଥିଲି। ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଲାଳିଙ୍କୁ ଖେଳିବାର ସୁଯୋଗ ଦେବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ଦିନିକିଆ ପାଇଁ ଆସିଥିବା ଖେଳାଳିଙ୍କୁ ଖେଳିବା ସମୟ ଦେବାକୁ ଚାହୁଁଥିଲୁ, ଯେତେବେଳେ ସମ୍ଭବ ଆମେ ଏହି ଜିନିଷଗୁଡିକ ଚେଷ୍ଟା ଜାରି ରଖିବୁ।

Share