୭ ପରୀକ୍ଷା କେନ୍ଦ୍ରରୁ ୩୨ ଧରାପଡ଼ିଲେ

ନରସିଂହପୁର,୨୭ା୨(ଡି.ଏନ୍‌.ଏ.): ବୁଧବାର ମାଟ୍ରିକର ଗଣିତ ପରୀକ୍ଷା ଚାଲିଥିବା ବେଳେ ନରସିଂହ ବ୍ଲକ ଅନ୍ତର୍ଗତ ୭ ପରୀକ୍ଷା କେନ୍ଦ୍ରରୁ ୩୨ ଜଣ ପିଲା କପି କରୁଥିବା ବେଳେ ସ୍କ୍ବାଡ୍‌ ହାତରେ ଧରାପଡିଛନ୍ତି। ଏହାପରେ ସମ୍ପୃକ୍ତ ପିଲାଙ୍କୁ ମାଲ୍‌ ପ୍ରାକ୍ଟସ୍‌ କରିଦିଆଯାଇଛି। ସେମାନଙ୍କ ମଧ୍ୟରେ କାନପୁର ବାଳିକା ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ୬, ମଦନ ଗୋପାଳ ହାଇସ୍କୁଲ ବାଲିଝରି ପରୀକ୍ଷା କେନ୍ଦ୍ରର ୧୬, ବଶୀଂଧର ହାଇସ୍କୁଲ କାନପୁର ପରୀକ୍ଷା କେନ୍ଦ୍ରର ୩, ଲିଙ୍ଗରାଜ ହାଇସ୍କୁଲ କୋକଳବା ପରୀକ୍ଷାକେନ୍ଦ୍ରର ୩, ପଞ୍ଚାୟତ ବିଦ୍ୟାପୀଠ ନିମସାହି-ଡମକଟା ପରୀକ୍ଷା କେନ୍ଦ୍ରର ୨ ଜଣଙ୍କ ସମେତ ବିଏସ ବିଦ୍ୟାପୀଠ ସାଗର ପରୀକ୍ଷା କେନ୍ଦ୍ର ଓ ମା’ବାଉତି ବିଦ୍ୟାପୀଠ ଏକଡାଳ ପରୀକ୍ଷା କେନ୍ଦ୍ରରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ ରହିଛନ୍ତି। ନରସିଂହପୁର ବ୍ଲକରେ ସମୁଦାୟ ୧୪ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେଉଛି।

Share