୭ ଫୁଟର କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର, ୨୧।୬(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଏକ ୭ ଫୁଟ ଲମ୍ବର କଲରାପତରିଆ ବାଘ ଛାଲ ଶୁକ୍ରବାର ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ର ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ସୁନ୍ଦରଗଡ଼ର ସଚିକାନ୍ତ ନାୟକ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜେଲ୍‌ ବିଭାଗ କର୍ମଚାରୀଙ୍କ ପୁଅ ବୋଲି ସୂଚନା ମିଳିଛି। ବାଘ ଛାଲକୁ ରାଉରକେଲାରେ ବିକ୍ରି କରିବା ପାଇଁ ଯୋଜନା କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି।

Share