୭ ଫୁଟ ଲମ୍ବର ରଣା ଉଦ୍ଧାର

ଉଦଳା,୧୪ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ବିସିପୁର ପଞ୍ଚାୟତ କାଦୁସାହି ଗ୍ରାମର ଜଗନ୍ନାଥ ହେମ୍ବ୍ରମଙ୍କ ବାଡିରୁ ରବିବାର ୭ ଫୁଟ ଲମ୍ବର ଏକ ରଣା ସାପ ଉଦ୍ଧାର ହୋଇଛି। ସାପଟି ଜାଲରେ ଛନ୍ଦି ହୋଇ ପଡ଼ିଥିବା ଦେଖି ଜଗନ୍ନାଥଙ୍କ ପରିବାର ଲୋକେ ବନବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଆଶିଷ କୁମାର ବେହେରା, କର୍ମଚାରୀ ଏବଂ ସ୍ନେକ ଲାଇଫ ଲାଇନର ସଦସ୍ୟ ଅଭିଜିତ୍‌ ବେହେରା ପହଞ୍ଚି ଜାଲକୁ କାଟି ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟିକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି ା