ବନ୍ତ,୬ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ରାମପୁର ପଞ୍ଚାୟତ ଅଳଉତି ହରିଜନ ସାହିରେ ରବିବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୭ ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି। ଖବରପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ଧାନ, ଚାଉଳ, ଆସବାବ ପତ୍ର ସମେତ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବିଦ୍ୟୁତ୍‌ ସଟସର୍କିଟ ଯୋଗୁ ଏହା ହୋଇଥିବା ଅନୁମାନ କରାଯାଇଛି।

Share