୭ ବଛର ହେଲା ଇନ୍ଦିରା ଆବସ ତିଆରିବାର: ବକିଆ ବିଲ୍‌ ଲାଗି ହିତାଧିକାରୀ ହଟ୍‌ହଟା

ଭବାନୀପାଟଣା/ପର୍ଲା,୨୩।୮(ଡି.ଏନ୍‌.ଏ.): ବଛ୍‌ରେ ନେଇସେ ୭ ବଛର ହେଲା ପଁଚେତ୍‌ରୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲୁଁନ, ହେଲେ ଘରବନା ପଏସା ନେଇମିଲୁଛେ। ଇ ଦୁଖର କଥା ବଖାନିଛନ୍‌ କଳାହାଣି ଜଲା କୋକସରା ବ୍ଲକରେ ନୂତନ୍‌ ହିସାବେ ଗଠିତ୍‌ ସୋନପୋଡ଼ାଗୁଡ଼ା ପଁଚେତ୍‌ ନେଗିଗୁଡ଼ା ଗଁାର ଦୁଇଝନ୍‌ ହିତାଧିକାରୀ।
ସୂଚନା ଅନ୍‌ସାରେ ସୋନପୋଡ଼ାଗୁଡ଼ା ପଁଚେତ୍‌ ଅଧୀନ ନେଗିଗୁଡ଼ା ଗଁାର କ୍ଷୀର ଦେଇ ଆର କ୍ଷୀର ସୁନା ଅକ୍ଟୋବର ୨୬, ୨୦୧୨ରେ ଇନ୍ଦିରା ଆବାସ ତିଆରି ଲାଗି କାର୍ଯ୍ୟାଦେଶ ପାଇଥିଲେ। ଘର ୩ ମାସ ଭିତରେ ତିଆର କରବାର ଲାଗି ବି ନିରଦେଶ ରହିଥିଲା। ସେ ହିସାବେ ଦୁଇ ହିତାଧିକାରୀ ଧାର ଉଧାର କରି ଘର ତିଆରି କଲେ। କ୍ଷୀର ସୁନା ୨ଟା କିସ୍‌ତିରେ ୨୬ ହଜାର ଟଁକା ପାଇଥିଲାବେଲେ କ୍ଷୀର ଦେଇକୁଁ ଗୁଟେ କିସ୍‌ତିରେ ୫ ହଜାର ଟଁକା ନ ମିଲିଥିଲା। ହେଲେ ୨୦୧୨-୧୩ ସାଲେ ଇନ୍ଦିରା ଆବାସ ବାବ୍‌ଦେ ସରକାର ୪୮ ହଜାର ୫ଶହ ଟଁକାକେ ୪ଟା କିସ୍‌ତିରେ ଦେଉଥିଲେ। ସେନ୍‌ତା ସରକାରୀ ନିୟମ ହିସାବେ ପହେଲା କିସ୍‌ତିରେ ୧୫ ହଜାର ଟଁକା, ଦୁତିଅ କିସ୍‌ତିରେ ୧୦ ହଜାର ୫ଶହ, ତୁରତିଅରେ ୧୨ ହଜାର ଆର ଚତୁରଥ କିସ୍‌ତିରେ ୧୧ ହଜାର ଟଁକା ଦେବାର ବେବସ୍‌ତା ରହିଥିଲା। ହେଲେ ଝନେ ହିତାଧିକାରୀ ୨ଟା କିସ୍‌ତିରେ ୨୬ ହଜାର ଟଁକା ପାଇଥିଲାବେଲେ ଆରଝନେ ଗୁଟେ କିସ୍‌ତିରେ ୫ ହଜାର ଟଁକା ନ ପାଇଛନ୍‌। ଇଥ୍‌ରୁ ଫଟିକ ବୁଝାପଡ଼ୁଛେ ଯେ ସରକାରୀ ନୀତି ନିୟମକେ ବେଖାତିର କରାଯାଇଛେ। ଆଏଜ୍‌କେ ୭ ବଛର ହେଲା ଦୁଇ ହିତାଧିକାରୀ ବକିଆ ବିଲ୍‌ ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ଦଉଡି ଦଉଡି ନିରାଶ ହେଇଛନ୍‌। ଶେଷେ ଦୁଇ ହିତାଧିକାରୀ ଗହନାଗଁାଠି, ବାସନକୁସନ ବିକି ଦରଖଁଡ଼ିଆ ଘରକେ ପୂରା କରିଥିବାର କହିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠିକୁଁ ପଚରାଲାରୁ ଫାଇଲ ଦେଖ୍‌ଲେ ଜନାପଡ଼ବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri