୭ ବଛର ହେଲା ସପନ୍‌ ହେଇ ରହିଛେ

କଣ୍ଟାମାଳ, ୮।୧୧ (ଡି.ଏନ୍‌.ଏ.)-ବୌଦ୍ଧ ଜିଲା କଣ୍ଟାମାଳ-ବଲାଙ୍ଗୀର ତେଲନଦୀ ପୁଲିଆ ତିଆରି ମୂଲ ହେବାର ୭ ବଛର ଉତାରୁ ବି ଅଂଚଲବାସୀକର ସପନ୍‌ ପୂରା ନାଇଁ ହେଇପାରି। ୮ଟା ସ୍ଳାବ୍‌ର ଶେଷ ଢଲେଇ, ବାଡ଼ା ଆର ସଂଯୋଗ ରାସ୍‌ତା ଅଭାବୁ ପୁଲିଆ ଲୁକ୍‌କର ଲାଗି ଖୁଲାଯାଇ ନାଇଁ ପାରବାର। ଇ ପୁଲିଆ ବୌଦ୍ଧ ଜିଲା କଣ୍ଟାମାଲରୁ ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ହେଇ ବଲାଙ୍ଗୀରରେ ଜୁଡ଼ି ହେବା। ପୁଲିଆ ଖୁଲ୍‌ଲେ କଣ୍ଟାମାଳ ଆର ବଲାଙ୍ଗୀର ଭିତରେ ପାଖାପାଖି ୫୦ କି.ମି. ରାସ୍‌ତା କମିଯିବା। ସେନ୍‌ତା ବଲାଙ୍ଗୀର, ଫୁଲବାଣୀ ଆର ବ୍ରହ୍ମପୁର ଭିତରେ ପାଖାପାଖି ୭୦ କି.ମି. ରାସ୍‌ତା କମିଯିବା। ହେଲେ ରାଏଜ୍‌ ସରକାର ଆର ଜିଲା ପରଶାସନର ଅଁ।ତରିକତା ଅଭାବୁ ତେଲନଦୀ ପୁଲିଆ କାମ୍‌ ଶେଷ ନାଇଁ ହେଇପାରବାର ବଲି ଅଂଚଲବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ୨୦୧୨ ସାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇ ପୁଲିଆ ତିଆରି ଲାଗି ଭୂମି ପୂଜା କରି ପଥର ଗାଡ଼ିଥିଲେ। ହେଲେ କାମ ଲେଠ୍‌ରେଇ ଲେଠ୍‌ରେଇ ଗଲା ବଛର ପିଲର ଆର ଛାତ କାମ ସରିଛେ। ସେନ୍‌ତା ପୁଲିଆର ସଂଯୋଗ ରାସ୍‌ତା ଲାଗି ସୁବର୍ଣ୍ଣପୁର ଜିଲା ତରଭା ତହସିଲ ଅଧୀନ ୫ ଝନ୍‌କର ଜମି ଦଖଲର କ୍ଷତିପୁରନ ଦିଆ ସରିଛେ। ହେଲେ ଜଂଗଲ ବିଭାଗର ଖାମ୍‌ଖିଆଲି ମନଭାବ ଲାଗି ଇ ଜମିରେ ଥିବାର ଗଛ କଟାଯାଇ ନାଇଁପାରବାର। ସେନ୍‌ତା ପରଶାସନର ଖାମଖିଆଲି ମନଭାବ ଲାଗି ଆଏଜ୍‌ ବି ସଂଯୋଗ ରାସ୍‌ତା ଲାଗି ତରଭା ତହସିଲର ୨୫୦୦ ମିଟର ଜମି ଦଖଲ ପୂରା ନାଇଁ ହେଇପାରି। ଇଆଡେ ପୁଲିଆ କାମ ସାରବାକେ ଅଂଚଲବାସୀ ଦୁଇମାସ ତଲେ ଜିଲାପାଳକୁଁ ନିବେଦନ କରିଥିଲେ। ସେନ୍‌ତା ବୌଦ୍ଧ ଜିଲା ପରିଦରଶନରେ ଆସିଥିବାର ୫ଟି ସଚିବକୁଁ କଣ୍ଟାମାଲର ଯୁବକମାନେ ଭେଟି ପୁଲିଆ କାମ ଲେଠ୍‌ରାବାର ବାବ୍‌ଦେ ଅଭିଯୋଗ କରିଥିଲେ। ହେଲେ ଏଭ୍‌ତକ ପୁଲିଆର ବାଡ଼ା ଆର ୮ଟା ସ୍ଳାବ୍‌ର ଶେଷ କୋଟ ଢଲେଇ କାମ ବାକି ରହିଛେ। ଇ ବାବ୍‌ଦେ ଭାଜପା ଯୁବନେତା ଡମ୍ବରୁଧର କହଁର କହିଛନ୍‌ ଯେ, ବାରବାର ଅଭିଯୋଗ କଲେ ବି ପରଶାସନ କଣ୍ଟାମାଳ ତେଲନଦୀ ପୁଲିଆ ଖୁଲବାର ଦିଗେ ପଦକ୍ଷେପ ନାଇଁ ନେବାର। ଏନ୍‌ତାଥି ଆଏବାର ଦିନେ ଅଂଚଲବାସୀ ଉଲ୍‌ଗୁଲାନକେ ଉତିରବାରଟା ଥଏ ଆଏ ବଲି ସେ କହିଛନ୍‌। ଇ ଦିଗେ କଣ୍ଟାମାଳ ନାଗରିକ କମିଟି ବାରବାର ପରଶାସନର ଦୁରୁଷ୍‌ଟି ଆକରଷନ୍‌ କରି ନିରାଶ ହେଇଛେ। ଇ ବାବ୍‌ଦେ କଣ୍ଟାମାଳ ଓକିଲ ସଂଘର ସଭାପତି ଦୁତିଆଚରଣ ସାହୁ କହଛନ୍‌ ଯେ, ରାଏଜ୍‌ ସରକାର ଆର ପରଶାସନର ଉଦାସିନତା ଲାଗି ତେଲନଦୀ ପୁଲିଆ କାମ ଶେଷ ନାଇଁ ହେଇପାରବାର। ଅଲପ ଦିନ ଭିତରେ ସମସିଆର ସମାଧାନ ନାଇଁ ହେଲେ ଜୋରଦାର ଉଲ୍‌ଗୁଲାନ ହେବା ବଲି ସେ କହିଛନ୍‌। ପୁଲିଆ କାମ୍‌ ପୂରା ନାଇଁ ହେବାର ଲାଗି ଫିଦିନ ଜୀବନକେ ପାଏନ୍‌ଛଡ଼େଇ ହଜାର ହଜାର ଲୋକ ଫେରିଘାଟରେ ଡଂଗାରେ ଯାଆସ କରୁଛନ୍‌। ଇ ବାବ୍‌ଦେ ମତାମତ ଲାଗି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ନିରଞ୍ଜନ ସାହୁକୁଁ ଯୋଗାଯୋଗ କରାଯାଇଥିଲେ ବି ମତାମତ ନାଇଁ ମିଲିପାରି।

Share