Categories: ଫୁରସତ

୭ ବର୍ଷର ବାଳକଙ୍କ ଅଜବ କାରନାମା: ୬ ପ୍ୟାକ୍‌ ଆବ୍‌ସ ସାଙ୍ଗକୁ ଖେଳୁଛନ୍ତି ଫୁଟବଲ୍‌

ବୟସ ମାତ୍ର ୭ ବର୍ଷ। ନାଁ ଆରାତ୍‌ ହୋସେଇନି। ଇରାନର ଏହି ବାଳକ ଜଣଙ୍କ କଅଁଳ ବୟସରେ ନିଜ ଅଜବ କାରାନାମାରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୬ ପ୍ୟାକ୍‌ ଆବ୍‌ସ ସାଙ୍ଗକୁ ଚମତ୍କାର ଫୁଟବଲ୍‌ ଖେଳୁଛନ୍ତି ଆରାତ୍‌। କେବଳ ଏତିକି ନୁହେଁ, ସମରସଲ୍ଟଠାରୁ ଆରମ୍ଭ କରି ବ୍ୟାକଫ୍ଲିପ୍‌ ତଥା ୧୦ ଫୁଟ ଉଚ୍ଚତାର କାନ୍ଥ ଉପରକୁ ବିନା ସହାୟତାରେ ଚଢି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଇନଷ୍ଟାଗ୍ରାମରେ ତାଙ୍କର ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର ଅଛନ୍ତି। ଆରାତଙ୍କ ପିତା ମହମ୍ମଦ ଓ ମା’ ଫାତେମେ କୁହନ୍ତି, ଏହି ଆରାତ ୯ ମାସର ହୋଇଥିବା ବେଳେ ଜିମନାଷ୍ଟିକ ପୋଜ ଅଭ୍ୟାସ କରିଆସୁଛନ୍ତି। ଏଥିପାଇଁ କୌଣସି ପ୍ରଫେସନାଲ ଟ୍ରେନିଂ ମଧ୍ୟ ନେଇନାହାଁନ୍ତି । ଘରେ ପ୍ରତିଦିନ ୧୦ରୁ୨୦ ମିନିଟ ଅଭ୍ୟାସ କରନ୍ତି। ଆରାତଙ୍କୁ ବ୍ୟାକୱାର୍ଡ ସମରସଲ୍ଟ କରିବାକୁ ବେଶୀ ଭଲ ଲାଗେ। ଆଗକୁ ସେ ଜଣେ ଫୁଟବଲର୍‌ ହେବାକୁ ଇଚ୍ଛା କରିଛନ୍ତି। ଏବେ ଠାରୁ ସେ ଫୁଟବଲ୍‌ ଖେଳିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଆରାତ୍‌ଙ୍କ ଜଣେ ବଡ ଫ୍ୟାନ୍‌। ସେ ଥରେ ତାଙ୍କ ଭିଡିଓ ନିଜ ଟୁଇଟରରେ ଶେୟାର କରିଥିଲେ।

Share