Categories: ଫୁରସତ

୭ ବର୍ଷର ବାଳକ ସାଣ୍ଟାକ୍ଲଜକୁ ଉପହାରରେ ମାଗିଲେ ଦିଅନ୍ତୁ ‘ଭଲ ପିତା’

ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‌ଧାମରେ ପାଳନ କରନ୍ତି। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ କ୍ରିସ୍‌ମାସ ପାଳନ କରାଯାଏ। ଯାହା ବିଶ୍ୱାସ ରହିଛି ସନ୍ଥ ନିକୋଲନ ବା ସାଣ୍ଟାକ୍ଲଜ୍‌ ଏହି ଦିନ ପିଲାମାନଙ୍କ ମନବାଞ୍ଝା ପୂରଣ କରିବା ପାଇଁ ସେମାନଙ୍କୁ କିଛି ଉପହାର ଦିଅନ୍ତି। ଏସବୁ ଭିତରେ ଜଣେ ୭ ବର୍ଷ ବାଳକର ଚିଠି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଚିଠିରେ ସେ ସାଣ୍ଟାକ୍ଲଜ୍‌କୁ ଏମିତି ଉପହାର ମାଗିଛନ୍ତି, ତାହା ଶୁଣି ଯେ କେହି ଭାବୁକ ହୋଇଯିବେ। ଟେକ୍ସାସରେ ଏକ ଆଶ୍ରୟ ଗୃହରେ ରହୁଥିବା ୭ ବର୍ଷର ବାଳକ ବ୍ଲାକ୍‌ଙ୍କ ବ୍ୟାଗ୍‌ରୁ ତାଙ୍କ ମା’ ଏକ ଚିଠି ପାଇଥିଲେ। ଚିଠିରେ ସେ ସାଣ୍ଟାକ୍ଲଜ୍‌ଠାରୁ ଏକ ଭଲ ପିତା ଉପହାର ସ୍ବରୂପ ମାଗିଛନ୍ତି। ଆମ ପାଖରେ କିଛି ଜିନିଷପତ୍ର ନାହିଁ। ଆପଣ ମୋ ପାଇଁ ବହି, ଶବ୍ଦକୋଷ, ଏକ କମ୍ପାସ୍‌ ଏବଂ ଏକ ଘଡି ଆଣିପାରିବେ କି ବୋଲି ଲେଖି ବ୍ଲାକ୍‌ ସାଣ୍ଟାକୁ ଚିଠି ଦ୍ୱାରା ନିବେଦନ କରିଛନ୍ତି। ଏହାସହ ଚିଠିରେ ତାଙ୍କ ପିତା ରାଗୀ ବୋଲି ମଧ୍ୟ ବ୍ଲାକ୍‌ କହିଛନ୍ତି। ସାଧାରଣତଃ ଘରୋଇ ହିଂସାର ଶିକାର ମହିଳାମାନେ ଏହି ଆଶ୍ରୟ ଗୃହରେ ରହୁଛନ୍ତି। ବ୍ଲାକ ମଧ୍ୟ ନିଜ ମା’ ସହ ଏଠାରେ ଆଶ୍ରୟ ନେଉଛନ୍ତି।

Share