Categories: ବାଣିଜ୍ୟ

୭ ବର୍ଷର ରେକର୍ଡ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୦-୧: ଗୁରୁବାର ସୁନା ଦର ୭ ବର୍ଷର ରେକର୍ଡ ସ୍ତର ଛୁଇଁଛି। ଆମେରିକା-ଇରାନ ବିବାଦ ଯୋଗୁ ବିଶ୍ୱ ସ୍ତରରେ ସୁନା ଦର ୨% ବୃଦ୍ଧି ଘଟି ୧,୬୧୧ ଡଲାର ରହିଛି। ଏହା ୭ ବର୍ଷର ସର୍ବୋଚ୍ଚ ସ୍ତର। ଚେନ୍ନାଇରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୪୨,୮୬୦ ଟଙ୍କା ଛୁଇଁଛି। ଗତ କିଛି ଦିନ ମଧ୍ୟରେ ସୁନା ଦର ୫.୫% ବଢିଥିବା ରେକର୍ଡ କରାଯାଇଛି। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ସୁନା ଦର ପ୍ରାୟ ୨୫% ମହଙ୍ଗା ହୋଇଥିବା ନଜରକୁ ଆସିଛି। ଘରୋଇ ବଜାରରେ ରୂପା ଦର କିଲୋ ଏହି ସମୟରେ ୪୮,୮୭୫ ଟଙ୍କା ଛୁଇଁଛି।

Share