୭ ବର୍ଷୀୟା ବାଳିକାଙ୍କୁ ବିଏମ୍‌ସିର ସହାୟତା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୭ବର୍ଷୀୟା ଜଣେ ବାଳିକାଙ୍କୁ ସହାୟତା ପ୍ରଦାନ କରିଛି। ଭିଏସ୍‌ଏସ୍‌ ନଗର ତାରିଣୀ ବସ୍ତିରେ ରହୁଥିବା ଶ୍ରେୟା ପାତ୍ରଙ୍କୁ ଏହି ସହାୟତା ମିଳିଛି। ମା’ବାପା ଛେଉଣ୍ଡ ଶ୍ରେୟା ଜେଜେ ମା’ ଓ ଜେଜେ ବାପାଙ୍କ ସହ ରହୁଥିବାରୁ ତାଙ୍କୁ ୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଶ୍ରେୟା ଜନ୍ମ ହେବା ପୂର୍ବରୁ ବାପା ତ୍ରିଲୋଚନ ପାତ୍ର(୨୫)ଙ୍କର ମୃତ୍ୟୁ ଘଟିଥିଲା। ପରେ ମା’ ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ବିଏମ୍‌ସି ଉତ୍ତର ଆଞ୍ଚଳିକ ଅଫିସ୍‌ ଏ ନେଇ ସର୍ଭେ କରିବା ପରେ କମିଶନର ସମର୍ଥ ବର୍ମାଙ୍କୁ ଅବଗତ କରାଇଥିଲେ। ଏ ନେଇ କମିଶନର ତତ୍ପରତା ପ୍ରକାଶ କରିବା ସହିତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଆଞ୍ଚଳିକ ଉପଆୟୋଗ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି ୫ହଜାର ଟଙ୍କାର ଚେକ୍‌ ଶ୍ରେୟାଙ୍କୁ ଦେଇଛନ୍ତି।

Share