୭ ବର୍ଷ ଦଣ୍ଡ ବ୍ୟବସ୍ଥା ନ ଥିବା ଅପରାଧର ଅଭିଯୁକ୍ତଙ୍କୁ ଗିରଫ କରନାହିଁ: ହାଇକୋର୍ଟ

କଟକ ଅଫିସ,୫।୫- ଅପରାଧୀଙ୍କୁ ଗିରଫ କରିବାକୁ ତରବର ନ ହେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯେଉଁ ଅପରାଧର ଦଣ୍ଡବିଧାନ ୭ ବର୍ଷ କିମ୍ବା ତଦୁର୍ଦ୍ଧ ଥିବ, କେବେଳ ସେହି ଅପରାଧର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କୁହାଯାଇଛି। ଏକ ଜନସ୍ବାର୍ଥ ମାମଲାର ବିଚାରକରି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଚିତ୍ତରଂଜନ ଦାସ ଏବଂ ଜଷ୍ଟିସ ସଞ୍ଜୟ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ । ଆସନ୍ତା ଜୁନ ୧୮ ତାରିଖ ସୁଦ୍ଧା ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି କୁହାଯାଇଛି।

Share