୭ ବର୍ଷ ବାଳକଙ୍କ ପେଟିଂ ବିକ୍ରି ହେଲା ସାଢ଼େ ୮ ଲକ୍ଷରେ

ବର୍ଲିନ୍‌, ୧୨।୧: ଜର୍ମାନ୍‌ରେ ୭ ବର୍ଷ ବୟସ୍କ ବାଳକଙ୍କ ପେଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍‌ ଅକରଙ୍କ ପେଟିଂ ବିକ୍ରି ହେବା ପରେ ସେ ରାତାରାତି ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲୋକେ ତାଙ୍କୁ ପ୍ରିସ୍କୁଲ୍‌ ପିକାସୋ ବୋଲି ଡାକୁଛନ୍ତି। ସେ ଜର୍ମାନୀର ଷ୍ଟାର ଫୁଟବଲ ତାରକା ମୈନୁଅଲ ନୋୟରଙ୍କ ପେଟିଂ କରିଥିଲେ। ଏହାକୁ ଦର୍ଶକ ବେଶ୍‌ ପ୍ରଶଂସା କରିଥିଲେ। ପେଟିଂ ବିକ୍ରିରୁ ମିଳିଥିବା ଟଙ୍କା ଦାତବ୍ୟ ଅନୁଷ୍ଠ।ନକୁ ଦାନ କରାଯିବ ବୋଲି ତାଙ୍କ ପିତା କେରମ୍‌ ଅକର ସୂଚନା ଦେଇଛନ୍ତି। ମିଖାଇଲ୍‌ ୪ ବର୍ଷ ବୟସରୁ ପେଟିଂ କରିବା ଆରମ୍ଭ କରିଥିଲେ। ଏବେ ତାଙ୍କର ପେଟିଂ ଅନ୍ତର୍ଜାତୀୟସ୍ତରରେ ବେଶ୍‌ ଖ୍ୟାତି ହାସଲ କରି ପାରିଛି। ୨୦୧୭ଠାରୁ ସେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗୀତା ଏବଂ ପେଟିଂ ପ୍ରଦର୍ଶନୀରେ ଯୋଗ ଦେବା ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମ୍‌ରେ ମିଖାଇଲ୍‌ଙ୍କର ୪୭ହଜାର ଫଲୋଅର୍ସ ରହିଛନ୍ତି।

Share