୭ ବିଚାର ବିଭାଗ ଅଧିକାରୀଙ୍କ ବଦଳି

କଟକ ଅଫିସ,୧୧।୬ : ରାଜ୍ୟରେ ବୁଧବାର ୭ଜଣ ବିଚାର ବିଭାଗ ଅଧିକାରୀଙ୍କର ବଦଳି ହୋଇଛି। ମନୀନ୍ଦ୍ର ଭୂଷଣ ସାହୁଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି ଏବଂ ପୃଥ୍ବୀରାଜ ପ୍ରଧାନଙ୍କୁ ଜେଏମ୍‌ଏଫ୍‌ସି (ଏଲ୍‌ଆର୍‌) ଭାବେ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ମାମି ବେହେରାଙ୍କୁ ବଣାଇ ଏସ୍‌ଡିଜେଏମ୍‌, ପାର୍ଥ ପ୍ରତୀକଙ୍କୁ ଜଳେଶ୍ୱର ସିଭିଲ୍‌ ଜଜ୍‌ କମ୍‌ ଜେଏମ୍‌ଏଫ୍‌ସି, ହୃଷୀକେଶ ଖେମୁଣ୍ଡିଙ୍କୁ କେସିଙ୍ଗା ସିଭିଲ୍‌ ଜଜ୍‌ କମ୍‌ ଜେଏମ୍‌ଏଫ୍‌ସି, ନିଲୋଫୋର୍‌ଙ୍କୁ ଭବାନୀପାଟଣା ଜେଏମ୍‌ଏଫ୍‌ସି ଏବଂ ସୁନିଳା ମିଶ୍ରଙ୍କୁ ଜୟପୁର ଜେଏମ୍‌ଏଫ୍‌ସି ଭାବେ ନିଯୁକ୍ତି ମିଳିଛି। ବୁଧବାର ଏନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Share