Categories: ଜାତୀୟ

୭ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କକୁ ଦ୍ୱିତୀୟ ଝଟ୍‌କା: ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟଙ୍କ ଇସ୍ତଫା

ମୁମ୍ବାଇ,୨୪।୬: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୭ ମାସ ମଧ୍ୟରେ ପୁଣି ଥରେ ଝଟ୍‌କା ଲାଗିଛି। ଏଥର ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳ ଶେଷ ହେବାର ୬ମାସ ପୂର୍ବରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୭ ଜାନୁୟାରୀ ୨୩ରେ ଏହି ପଦରେ ଯୋଗଦେଇଥିଲେ। ଡେପୁଟି ଗଭର୍ନର ଭାବେ ସେ ୩୦ ମାସ କାର୍ଯ୍ୟ କରିଛନ୍ତି। ଗଭର୍ନର ଶଶିକାନ୍ତ ଦାସ ଏବଂ ବିରଳଙ୍କ ଚିନ୍ତାଧାରା ମଧ୍ୟରେ ସମନ୍ବୟ ରହୁ ନ ଥିବା କୁହାଯାଉଛି। ଗତ ୨ଟି ମନିଟରିଂ ପଲିସି ବୈଠକରେ ମହଙ୍ଗା ଦର ତଥା ଅଭିବୃଦ୍ଧି ହାର ନେଇ ବିରଳଙ୍କ ମତ ଭିନ୍ନ ରହିଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗଭର୍ନର ଉର୍ଜିତ୍‌ ପଟେଲ ୨୦୧୮ ଡିସେମ୍ବରରେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିଲେ।

Share