୭ ରାଜ୍ୟ ପାଲଟିଛି କରୋନା ହଟସ୍ପଟ୍‌: ଦେଶର ଜିଡ଼ିପିରେ ରହିଛି ଅଧିକ ଯୋଗଦାନ

ନୂଆଦିଲ୍ଲୀ,୯।୫: ଭାରତରେ କରୋନା ଥମିବାର ନାଁ ଧରୁନି। ବିଶେଷଜ୍ଞଙ୍କ ଅନୁସାରେ ସଂକ୍ରମଣ ଶୀର୍ଷ ଛୁଇଁବା ପରେ କମିବ। ଏଥିପାଇଁ ଆଉ କିଛି ସପ୍ତାହ ସମୟ ଲାଗିବ ବୋଲି ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଯୋଗୁ ଦେଶର ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଆଦି ୭ ରାଜ୍ୟ ହଟସ୍ପଟ୍‌ ପାଲଟିଛନ୍ତି। ଏସବୁ ରାଜ୍ୟଗୁଡ଼ିକର ଦେଶର ଜିଡିପିରେ ମୋଟ ୬୨ ପ୍ରତିଶତ ଯୋଗଦାନ ରହିଛି। ସେଥିମଧ୍ୟରୁ ଦିଲ୍ଲୀର ୧୦.୯, ମହାରାଷ୍ଟ୍ରର ୧୦.୪, ତାମିଲନାଡୁର ୯.୪, ଉତ୍ତରପ୍ରଦେଶର ୮.୪, ରାଜସ୍ଥାନର ୮.୨, ମଧ୍ୟପ୍ରଦେଶର ୭.୫ ଏବଂ ଗୁଜରାଟର ୭.୨ ପ୍ରତିଶତ ଯୋଗଦାନ ଅଛି। ଏସବୁ ରାଜ୍ୟଗୁଡ଼ିକର ପରିସୀମା ଭାରତର ୪୭ ପ୍ରତିଶତ ଏବଂ ଏଠାରେ ଦେଶର ମୋଟ ଜନସଂଖ୍ୟାର ୫୦ ପ୍ରତିଶତ ବାସ କରନ୍ତି। ପ୍ରଥମ ଲକ୍‌ଡାଉନ୍‌ ସମୟରେ ଏସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯ ପ୍ରତିଶତ ଥିବାବେଳେ ଏବେ ଏହା ୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟାର ୪୪ ପ୍ରତିଶତ ଦୁଇ ପଶ୍ଚିମ ରାଜ୍ୟ ମହାରାଷ୍ଟ୍ର ଏବଂ ଗୁଜରାଟରେ ଅଛନ୍ତି। ସେହିପରି କରୋନ ସଂକ୍ରମିତଙ୍କ ମୋଟ ମୃତ୍ୟୁ ସଂଖ୍ୟାର ୬୦ ପ୍ରତିଶତ କେବଳ ଏହି ଦୁଇ ରାଜ୍ୟରେ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜରାଟ ଆଦି ୪ ବଡ଼ ରାଜ୍ୟର ଅର୍ଥବ୍ୟବସ୍ଥା ଦୋହଲି ଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri