Posted inଜାତୀୟ

୭ ଶହ ବର୍ଷ ଧରି ରାଜପୁତ୍‌ ପରିବାର ଦରଘାରେ କରୁଛନ୍ତି ସେବା: ମୁସଲମାନ୍‌ ଯୁବକ ଛଟ୍‌ ଘାଟ କରନ୍ତି ସଫା

ଇନ୍ଦୋର,୧୦।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ମଧ୍ୟପ୍ରଦେଶ ଇନ୍ଦୋରର ନନ୍ଦଲାଲ୍‌ପୁରା ଛକରେଥିତ୍ବା ହଜରତ୍‌ ଦୁଲ୍ଲା ସୈୟଦ୍‌ ସରକାରଙ୍କ ଦରଘାରେ ୭ଶହ ବର୍ଷ ଧରି ରାଜପୁତ୍‌ ପରିବାର ବିଭିନ୍ନ ସେବା କରୁଛନ୍ତି। ଏହି ପରିବାର ୧୨ ପିଢ଼ି ଧରି ଦରଘାରେ ଚାଦର ବଦଳାଇବା, ସଫା କରିବା ସମେତ ଅନ୍ୟ ସମସ୍ତ କାମ କରିଆସୁଛନ୍ତିି ବୋଲି ସଞ୍ଜୟ ବଡଗୁର୍ଜର କୁହନ୍ତି। ଏଠାରେ ମହରମ୍‌ ଅବସରରେ ଏହି ରାଜପୁତ ପରିବାର ପକ୍ଷରୁ ତାଜିଆ ବାହାର କରାଯାଇଥାଏ। ସେହିପରି ମୁସଲମାନ୍‌ ଯୁବକ ହିନ୍ଦୁ ରାଜପୁତ୍‌ଙ୍କ ମାନସିକ ପୂରଣ ପାଇଁ ତାଜିଆ ନେଇ ବାହାରିଥାନ୍ତି। ଛଟ୍‌ ପୂଜା ଅବସରରେ ସ୍ଥାନୀୟ ନଦୀ ଘାଟକୁ ଏଠାକାର ମୁସଲମାନ୍‌ ଯୁବକମାନେ ସଫା କରିଥାନ୍ତି। ଯାହାଦ୍ୱାରା ହିନ୍ଦୁ ଶ୍ରଦ୍ଧାଳୁ ସୁବିଧାରେ ସୂର୍ଯ୍ୟଦେବଙ୍କ ଉପାସନା କରିପାରିଥାନ୍ତି। ଏଠାକାର ସାମ୍ପ୍ରଦାୟିକ ସଦ୍‌ଭାବ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଲକ୍ଷ ଟପିଲା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ହିତାଧିକାରୀଙ୍କ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮।୧୧: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ପଞ୍ଜୀକରଣ ୧୦ ଲକ୍ଷରୁ ଅଧିକ ହୋଇଛି । ଏହି କାର୍ଡ ମାଧ୍ୟମରେ...

ପ୍ରତିଦିନ ୪୯ ସିଗାରେଟର ଧୂଆ ଟାଣୁଛନ୍ତି ଦିଲ୍ଲୀବାସୀ! ଚିନ୍ତାରେ…

ନୂଆଦିଲ୍ଲୀ,୧୮।୧୧: ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ସହରରେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ରହିଛି। ଦିଲ୍ଲୀର ଅନେକ ଅଞ୍ଚଳ ଅଛି ଯାହା ପ୍ରଦୂଷଣକୁ ନେଇ ରେଡ...

ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ...

ଏକମାତ୍ର ପୁଅଙ୍କୁ ଲଞ୍ଚ କରିବାକୁ ଚାହୁଁଛନ୍ତି କି ନୀତୀଶ କୁମାର? ବିହାରରେ ନୂଆ କ୍ରେଜ୍‌

ପାଟନା,୧୮।୧୧: ରାଜନୈତିକ ମହଲରେ କଳ୍ପନାଜଳ୍ପନା ରହିଛି ଯେ ନୀତୀଶ କୁମାର ଆସନ୍ତା ୨୦୨୫ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଲଞ୍ଚ କରିପାରନ୍ତି। ରାଜନୈତିକ...

ଖାର୍ଗେଙ୍କ ଉପରେ ପଡିଲାଣି ବୟସର ପ୍ରଭାବ, ସେଥିପାଇଁ ଏପଟ ସେପଟ କଥା କହୁଛନ୍ତି: ପ୍ରବୀଣ ଖଣ୍ଡେଲଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ରବିବାର ମହାରାଷ୍ଟ୍ରର ସାଙ୍ଗଲିରେ ଏକ ରାଲିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପା ଏବଂ ଆରଏସଏସକୁ ବିଷ ସହ ତୁଳନା କରିଛନ୍ତି। ଯେଉଁଥିପାଇଁ ଭାଜପା...

ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି! ବଡ଼ ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧୮।୧୧: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ବର୍ତ୍ତମାନ ଅଢେଇ ମାସରୁ କମ ସମୟ ବାକି ଅଛି। ଫେବୃଆରୀ ୧, ୨୦୨୫ରେ ବଜେଟ ଆଗତ...

ନିର୍ବାଚନ ରାଲିରେ ଭୋ ଭୋ ହୋଇ କାନ୍ଦି ସ୍ବାମୀଙ୍କ ନିର୍ଯାତନା ବଖାଣିଲେ ବିଧାୟିକା ପ୍ରାର୍ଥୀ

ପୁଣେ,୧୮।୧୨: ଛତ୍ରପତି ସମ୍ଭାଜିନଗର କନ୍ନଡ ନିର୍ବାଚନମଣ୍ଡଳୀରୁ ଏକନାଥ ସିନ୍ଦେଙ୍କ ଦଳର ଶିବସେନା ପ୍ରାର୍ଥୀ ସଞ୍ଜନା ଯାଦବ ତାଙ୍କର ଏକ ନିର୍ବାଚନ ରାଲିରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା।...

କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍‌ ନାଗପୁରର ରାମ ଜୀ ଶ୍ୟାମ ଜୀ ପୋହା ବିକ୍ରେତାଙ୍କୁ ଦେଖା କରି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri