Categories: ଜାତୀୟ

୭ ଶହ ବର୍ଷ ଧରି ରାଜପୁତ୍‌ ପରିବାର ଦରଘାରେ କରୁଛନ୍ତି ସେବା: ମୁସଲମାନ୍‌ ଯୁବକ ଛଟ୍‌ ଘାଟ କରନ୍ତି ସଫା

ଇନ୍ଦୋର,୧୦।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ମଧ୍ୟପ୍ରଦେଶ ଇନ୍ଦୋରର ନନ୍ଦଲାଲ୍‌ପୁରା ଛକରେଥିତ୍ବା ହଜରତ୍‌ ଦୁଲ୍ଲା ସୈୟଦ୍‌ ସରକାରଙ୍କ ଦରଘାରେ ୭ଶହ ବର୍ଷ ଧରି ରାଜପୁତ୍‌ ପରିବାର ବିଭିନ୍ନ ସେବା କରୁଛନ୍ତି। ଏହି ପରିବାର ୧୨ ପିଢ଼ି ଧରି ଦରଘାରେ ଚାଦର ବଦଳାଇବା, ସଫା କରିବା ସମେତ ଅନ୍ୟ ସମସ୍ତ କାମ କରିଆସୁଛନ୍ତିି ବୋଲି ସଞ୍ଜୟ ବଡଗୁର୍ଜର କୁହନ୍ତି। ଏଠାରେ ମହରମ୍‌ ଅବସରରେ ଏହି ରାଜପୁତ ପରିବାର ପକ୍ଷରୁ ତାଜିଆ ବାହାର କରାଯାଇଥାଏ। ସେହିପରି ମୁସଲମାନ୍‌ ଯୁବକ ହିନ୍ଦୁ ରାଜପୁତ୍‌ଙ୍କ ମାନସିକ ପୂରଣ ପାଇଁ ତାଜିଆ ନେଇ ବାହାରିଥାନ୍ତି। ଛଟ୍‌ ପୂଜା ଅବସରରେ ସ୍ଥାନୀୟ ନଦୀ ଘାଟକୁ ଏଠାକାର ମୁସଲମାନ୍‌ ଯୁବକମାନେ ସଫା କରିଥାନ୍ତି। ଯାହାଦ୍ୱାରା ହିନ୍ଦୁ ଶ୍ରଦ୍ଧାଳୁ ସୁବିଧାରେ ସୂର୍ଯ୍ୟଦେବଙ୍କ ଉପାସନା କରିପାରିଥାନ୍ତି। ଏଠାକାର ସାମ୍ପ୍ରଦାୟିକ ସଦ୍‌ଭାବ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି।

Share