୭ ଶିକାରୀ ଗିରଫ: ହରିଣ ମାଂସ, ଚମଡ଼ା ଜବତ

ଅନୁଗୋଳ ଅଫିସ,୨୯।୭: ଅନୁଗୋଳ ସାତକୋଶିଆ ବାଘ୍ର ଅଭୟାରଣ୍ୟରେ ଥିବା ପୁରୁଣାକୋର୍ଟ ରିଜର୍ଭ କମ୍ପାର୍ଟମେଣ୍ଟ-୬ରୁ ସୋମବାର ୭ଜଣ ଜନ୍ତୁ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୮.୫କିଗ୍ରା ହରିଣ ମାଂସ ଓ ଚମଡ଼ା ଜବତ କରାଯାଇଥିବା ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ପୁରୁଷ ଥିବା ବେଳେ ୩ ମହିଳା ଶିକାରୀ ରହିଛନ୍ତି।