୭ ସପ୍ତାହ ଧରି କୋଇଲା ସଙ୍କଟ: ନାଲ୍‌କୋର ୮୦ ପଟ୍‌ ବନ୍ଦ

ବଅଁରପାଳ, ୧୭।୧୦ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାରେ ଥିବା ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ ଲାଗି ରହିଛି। ଗତ ୭ ସପ୍ତାହ ହେଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲଡ୍‌ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ ଥିବାରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଫଳରେ ପ୍ଲାଣ୍ଟ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୩ ୟୁନିଟ୍‌ ସହ ୮୦ଟି ପଟ୍‌କୁ ବନ୍ଦ ରଖାଯାଇଛି। ତେବେ ପ୍ଲାଣ୍ଟ ଚଳାଇବା ପାଇଁ ରାଜ୍ୟ ଗ୍ରୀଡ୍‌ରୁ ଚଢ଼ା ଦରରେ ବିଦ୍ୟୁତ୍‌ ଶକ୍ତି କିଣାଯାଉଥିବା ନାଲ୍‌କୋ ପକ୍ଷରୁ ବୁଧବାର ପ୍ରେସ୍‌ ବିବୃତିରେ ପ୍ରକାଶ କରାଯାଇଛି।
ନାଲ୍‌କୋ ପକ୍ଷରୁ କୁହାଯାଇଛି ଯେ, ଅନୁଗୋଳ ସ୍ଥିତ ନିଜସ୍ବ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର (ସିପିପି) ଏବଂ ଦାମନଯୋଡ଼ିର ଷ୍ଟିମ୍‌ ଓ ପାୱାର ପ୍ଲାଣ୍ଟ କାର୍ଯ୍ୟ ପାଇଁ ନାଲ୍‌କୋ ସମ୍ପୂର୍ଣ୍ଣ ଭାବେ ଏମ୍‌ସିଏଲ୍‌ ଉପରେ ନିର୍ଭରଶୀଳ। ଅନୁଗୋଳର ସିପିପି ପାଇଁ ଦୈନିକ ୧୭ ହଜାର ଟନ୍‌ କୋଇଲା ଆବଶ୍ୟକ। ହେଲେ ବର୍ତ୍ତମାନ ୮ରୁ ୯ ହଜାର ଟନ୍‌ କୋଇଲା ଏମ୍‌ସିଏଲ୍‌ରୁ ମିଳୁଛି। ୭ ସପ୍ତାହ ଧରି ଏହି ନିଅଣ୍ଟିଆ ସ୍ଥିତି ଯୋଗୁ ଗଚ୍ଛିତ କୋଇଲା ଶେଷ ହୋଇଗଲାଣି। ଏବେ ପ୍ଲାଣ୍ଟ ଚଳାଇବା ପାଇଁ ନାଲ୍‌କୋକୁ ରାଜ୍ୟ ଗ୍ରୀଡ୍‌ରୁ ୧୯୦ ମେଗାୱାଟ ବିଦ୍ୟୁତ କିଣିିବାକୁ ପଡ଼ୁଛି। ଏହି ସମସ୍ୟା ପାଇଁ ବୁଧବାର ସୁଦ୍ଧା ସ୍ମେଲଟର ପ୍ରକଳ୍ପର ୮୦ଟି ଇଲେକ୍ଟ୍ରୋନିକ୍ସ ପଟ୍‌ ବନ୍ଦ କରିବାକୁ ପଡ଼ିଛି। କୋଇଲା ଯୋଗାଣରେ ସୁଧାର ନ ଆସିଲେ ପର୍ଯ୍ୟାୟ କ୍ରମେ ୨୨୭ଟି ପଟ୍‌ ବନ୍ଦ କରିବାକୁ ପଡ଼ିପାରେ। ସେହିପରି ୧୨୦ ମେଗାଓ୍ବାଟ୍‌ ଲେଖାଏ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ସିପିପିର ମୋଟ୍‌ ୧୦ଟି ୟୁନିଟ୍‌ ମଧ୍ୟରୁ ୩ଟିରେ କାର୍ଯ୍ୟ ବନ୍ଦ ରଖାଯାଇଛି। ଆଉ ଏକ ୟୁନିଟ୍‌କୁ ମଧ୍ୟ ବନ୍ଦ କରାଯିବା ଆଶଙ୍କା ପ୍ରକାଶ ପାଇଛି। କୋଇଲା ଯୋଗାଣ ଓ ବିଦ୍ୟୁତ୍‌ ଉତ୍ପାଦନରେ ହ୍ରାସ ଯୋଗୁ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ ହୋଇଛି। ଏହି ପରିସ୍ଥିତିର ମୁକାବିଲା ପାଇଁ କୋଇଲା ଯୋଗାଣ ବୃଦ୍ଧି କରିବାକୁ ନାଲ୍‌କୋ ୟୁନିୟନ ଓ ଆସୋସିଏଶନ ପକ୍ଷରୁ ଏମ୍‌ସିଏଲ୍‌, କୋଲ ଇଣ୍ଡିଆ ଲିମିଟେଡ ଓ କୋଇଲା ମନ୍ତ୍ରାଳୟକୁ ନିବେଦନ କରାଯାଇଛି।
ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିଭବ ଜେନା କହିଛନ୍ତି, କୋଇଲା ସଙ୍କଟ ଯୋଗୁ କର୍ତ୍ତୃପକ୍ଷ ଚଢ଼ା ଦରରେ ବାହାରୁ ବିଦ୍ୟୁତ୍‌ କ୍ରୟ କରି ପ୍ଲାଣ୍ଟକୁ ବଞ୍ଚାଇ ରଖିଛନ୍ତି। ଷ୍ଟକୟାର୍ଡରେ ୫ରୁ ୬ ଲକ୍ଷ ମେଟ୍ରିକ ଟନ୍‌ ପରିବର୍ତ୍ତେ ମାତ୍ର ୨୦ ହଜାର ମେଟ୍ରିକ ଟନ୍‌ କୋଇଲା ରହିବା ପ୍ରଥମ ଘଟଣା। ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି, କୋଇଲା ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଆଲୁମିନିୟମ ମଜଦୁର ସଂଘ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା ଏମ୍‌ସିଏଲ୍‌ ପକ୍ଷରୁ ତୁରନ୍ତ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri