୭ ସ୍ବତନ୍ତ୍ର ଟ୍ରେନ୍‌: ୬ ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଯୋଜନା କରାଯାଇଛି। ୯ଟି ରାଜ୍ୟର ୧୧ଟି ସହରରେ ଏଥିପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ହେଉଛି। ଏସବୁ ଟ୍ରେନ୍‌ରେ ୬ ହଜାର ୯ଶହ ୨୬ ଶ୍ରମିକ ଘରକୁ ବାହୁଡ଼ିବେ। ରାଜସ୍ଥାନର ଜୟପୁରରୁ ବିହାରର ପାଟନାକୁ ଚଳାଚଳ କରିଥିବା ସ୍ବତନ୍ତ୍ର ଟ୍ରେନ୍‌ରେ ୧୨୦୦ ଶ୍ରମିକ ଫେରିବେ। ସେହିପରି ରାଜସ୍ଥାନର କୋଟାରୁ ଝାଡ଼ଖଣ୍ଡର ହଟିଆକୁ ୧୦୦୦ ପ୍ରବାସୀ ଶ୍ରମିକ ଆସିବେ। ମହାରାଷ୍ଟ୍ରର ନାସିକ୍‌ରୁ ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ୮୩୯, ମହାରାଷ୍ଟ୍ରର ନାସିକ୍‌ର ମଧ୍ୟପ୍ରଦେଶର ଭୋପାଳକୁ ୩୪୭, ତେଲେଙ୍ଗାନାର ଲିଙ୍ଗମପଲ୍ଲୀରୁ ଝାଡ଼ଖଣ୍ଡର ହଟିଆକୁ ୧୧୪୦ ଶ୍ରମିକ ଫେରିବେ। ସେହିପରି କେରଳର ଏର୍ନାକୁଲମ୍‌ରୁ ଓଡ଼ିଶାର ଭୁବନେଶ୍ୱରକୁ ୧୨୦୦, କେରଳର ଥିରୁବନନ୍ତପୁରମ୍‌ରୁ ଝାଡ଼ଖଣ୍ଡର ହଟିଆକୁ ୧୨୦୦ ଶ୍ରମିକ ଫେରିବେ। ଶ୍ରମିକମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି।

Share