୭.୫ କୋଟି ଟଙ୍କାରେ ଶୁଟିଂ ହେବ ସଲମାନ-ରଣଦୀପଙ୍କ ଫାଇଟ୍‌ ସିନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏବେ ଫିଲ୍ମକୁ ନେଇ କିଛି ନୂଆ ଅପଡେଟ୍ସ ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଏହାର କ୍ଲାଇମାକ୍ସ ହେଭି ଭିଏଫ୍‌ଏକ୍ସ ସହ ଶୁଟିଂ କରାଯିବ। ପ୍ରାୟ ୨୦ ମିନିଟର ଏହି ସିକ୍ୟୁଏନ୍ସର ଶୁଟିଂ ପାଇଁ ପାଖାପାଖି ୭.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶୁଣିବାକୁ ମିଳିଛି। ମିଡ୍‌ ଡେ’ର ଖବର ଅନୁଯାୟୀ ଏହି ସିନ୍‌ କ୍ରୋମା ଟେକ୍ନୋଲୋଜିରେ ଶୁଟ୍‌ କରାଯିବ ବୋଲି ଜଣାପଡିଛି। ରଣଦୀପ ହୁଡ୍ଡା ଓ ସଲମାନ ଖାଁଙ୍କ ଏହି ଫାଇଟ୍‌ ସିନ୍‌ ଯେଉଁ କ୍ରୋମାରେ ଶୁଟିଂ କରାଯିବ ତାହା ଖୁବ୍‌ ଦାମୀ ବୋଲି କୁହାଯାଉଛି। ଏହାକୁ କେବଳ ବଡ ବଡ ଫିଲ୍ମ ମେକର୍ସ ବ୍ୟବହାର କରିଥାଆନ୍ତି। ବାହୁବଳୀ ଓ ବାହୁବଳୀ-୨ରେ ଏହା ବ୍ୟବହାର କରାଯାଇଥିଲା। ଅର୍ଥାତ୍‌ ଏହା କେବଳ ହାଇ ବଜେଟ୍‌ ଫିଲ୍ମରେ ବ୍ୟବହାର କରାଯାଏ। ବ୍ଲୁ ଓ ଗ୍ରୀନ୍‌ ବ୍ୟାକଗ୍ରାଉଣ୍ଡ ସହ ଭିଡିଓ ଶୁଟ୍‌ କରାଯାଉଥିବା ଲାଇଟ୍‌ ଗୁଡିକ ମଧ୍ୟ ଦାମୀ ହୋଇଥାଏ। ଏଥିରେ ବ୍ୟାକଗ୍ରାଉଣ୍ଡକୁ ଡିଲିଟ୍‌ କରାଯାଇ କାହାଣୀ ଅନୁଯାୟୀ ସେଟ୍‌ କରାଯାଇଥାଏ। ଶୁଣିବାକୁ ମିଳିଛି ‘ରାଧେ’ର ଫାଇଟିଂ ସିନ୍‌ ଦୁବାଇରେ କରାଯିବ। ଆଉ ଏହାର ବାକି ସିନ୍‌ ଗୁଡିକ ଦିଲ୍ଲୀ, କୋଲକାତା, ଜୟପୁର ଓ ଲକ୍ଷ୍ନୌରେ ଶୁଟିଂ କରାଯିବ। ଆକ୍ସନ ସିନ୍‌ ଷ୍ଟୁଡିଓରେ ଶୁଟ୍‌ କରାଯିବ। ଏବେ ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ଇଦ୍‌ ଅର୍ଥାତ୍‌ ୨୨ ମେ’ରେ ‘ରାଧେ’ ରିଲିଜ୍‌ ହେବ ବୋଲି କୁହାଯାଉଛି।

Share