Categories: ଜାତୀୟ

୮ଫୁଟ ପାଣିକୁ ଡେଇଁ ଶିଶୁଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ଜୟପୁର,୧୬।୯: ରାଜସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କୋଟ, ବୁନ୍ଦି, ଚିତୋରଗଡ଼ ଓ ଝାଲାବାଡର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ଏହି ସମୟରେ ରାଜସ୍ଥାନ ପୋଲିସରେ କନଷ୍ଟେବଳ ଭାବେ କାମ କରୁଥିବା ରାକେଶ ମିଣାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କାରଣ ରବିବାର ରାକେଶ ଡ୍ୟୁଟିକୁ ଯିବା ସମୟରେ ଛୋଟ ପିଲାଙ୍କ କାନ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ସେ କାନ୍ଦଶୁଣି ନିକଟକୁ ଯିବା ସମୟରେ ଦୁଇଟି ଶିଶୁ ପାଣି ଭିତରେ ଫଶି ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେଠାରେ ଥିବା ପ୍ରାୟ ୮ ଫୁଟ ପାଣିକୁ ଏକ ଟ୍ୟୁବ ନେଇ ରାକେଶ ଡେଇଁ ପଡିବା ସହ ଶିଶୁ ଦୁଇଟିଙ୍କୁ ଉଦ୍ଧାର କରିଥିଲେ। ଅନ୍ୟମାନେ କେହି ସାହସ କରି ସେଠାକୁ ଯାଉ ନ ଥିବା ବେଳେ ରାକେଶଙ୍କ ସାହସକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି।

Share