Categories: ଜାତୀୟ

୮ମାସ ପରେ ଗୃହବନ୍ଦୀରୁ ମୁକୁଳିଲେ ଓମାର ଅବଦ୍ଦୁଲା

ଶ୍ରୀନଗର,୨୪।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲାଙ୍କୁ ଦୀର୍ଘ ୮ମାସ ପରେ ଗୃହବନ୍ଦୀରୁ ମୁକ୍ତ କରାଯାଇଛି। ଓମାରଙ୍କ ଉପରେ ଲାଗିଥିବା ପିଏସ୍‌ଏ ହଟାଇ ଦିଆଯାଇଛି ବୋଲି ଜମ୍ମୁ-କଶ୍ମୀରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଓମାରଙ୍କ ଭଉଣୀ ସାରା ଅବଦ୍ଦୁଲା ପାଇଲଟ ଗୃହବନ୍ଦୀରୁ ତାଙ୍କୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ମାର୍ଚ୍ଚ ୧୮ରେ ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କଶ୍ମୀର ପ୍ରଶାସନଙ୍କୁ ତୁରନ୍ତ ଓମାରଙ୍କୁ ମୁକୁଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୫ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ପରେ ଘାଟିରେ ସୁରକ୍ଷା ଦୃଷ୍ଟିରୁ କେତେକ ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଗତ କିଛି ଦିନ ତଳେ ଓମାରଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା ମଧ୍ୟ ଗୃହବନ୍ଦୀରୁ ମୁକୁଳିଥିଲେ।

Share