୮ମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କୋରୁକୋଣ୍ଡା/ମାଲକାନଗିରି, ୧୩।୧୧(ଡି.ଏନ.ଏ):ମାଲକାନଗିରି ଜିଲା କୋରୁକୋଣ୍ଡାରେ ବୁଧବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ରାଗୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ପରିସରରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ହେଲେ ଭୀମରାଜ ପଡ଼ିଆମୀ। ବୁଧବାର ସକାଳ ପ୍ରାୟ ୭ଟାରେ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଭୀମରାଜଙ୍କ ମୃତଦେହ ବିଦ୍ୟାଳୟ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ନିଜ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ।