ଭୁବନେଶ୍ୱର, ୭।୧(ବ୍ୟୁରୋ): ୧୨ ଦଫା ଦାବି ନେଇ ୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ତାରିଖ ପୁନଃ ନିର୍ଘଣ୍ଟ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି, ଜନବିରୋଧୀ ଓ ରାଷ୍ଟ୍ରବିରୋଧୀ ନୀତିକୁ ବିରୋଧ କରି ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି।