୮ରେ ମା’ ହିଙ୍ଗୁଳାଙ୍କ ରତ୍ନମୁଦ ଉତ୍ସବ:ଏକ ଲକ୍ଷ ଭକ୍ତଙ୍କ ହେବ ସମାଗମ

ତାଳଚେର,୨୯ା୬(ନି.ପ୍ର.) ଆଗାମୀ ଜୁଲାଇ ୮ ହେରା ପଞ୍ଚମୀ ଦିନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବନିର୍ମିତ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ପରେଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ପାଲଲହଡା ବିଧାୟକ ମୁକେଶ କୁମାର ପାଳ ବୈଠକରେ ଯୋଗ ଦେଇଥିଲେ।
ଏହି ରତ୍ନମୁଦ ଉତ୍ସବରେ ପ୍ରାୟ ଏକ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଜିଲାର ସମସ୍ତ ଅଞ୍ଚଳରୁ ୩୦୦ରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନମଣ୍ଡଳୀ ଏଥିରେ ଯୋଗ ଦେବେ। ଏହାସହିତ ଅନୁଗୋଳ ଓ ଢେଙ୍କାନାଳ ଜିଲାର ପ୍ରତ୍ୟେକ ଗ୍ରାମର ସଭାପତି, ସମ୍ପାଦକ, ଗ୍ରାମବାସୀ, ଅଞ୍ଚଳର ସମସ୍ତ ଶିଳ୍ପାନୁଷ୍ଠାନର କର୍ମକର୍ତ୍ତା, ବ୍ୟବସାୟୀ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହି ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା। ପ୍ରାୟ ଏକ ଲକ୍ଷ ଭକ୍ତଙ୍କ ପାଇଁ ତାଳଚେର ବିଧାୟକ ଅନ୍ନପ୍ରସାଦର ବ୍ୟବସ୍ଥା କରିବାକୁ ସହମତି ପ୍ରକାଶ କରିଥିଲେ। ମା’ଙ୍କ ମନ୍ଦିର ନିକଟରେ ତିନୋଟି ଜାଗାରେ ଟେଣ୍ଟ କରିବାକୁ ଏମ୍‌ସିଏଲ୍‌ର ହିଙ୍ଗୁଳା ଓ ଭରତପୁର କ୍ଷେତ୍ର ମହାପ୍ରବନ୍ଧକ ସହମତି ପ୍ରଦାନ କରିଛନ୍ତି। ସେହପରି ନିରବଚ୍ଛିନ୍ନ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ସବ ଦିନ ମା’ଙ୍କ ପୀଠରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉପରୋକ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜୁଲାଇ ୩ରେ ସମୀକ୍ଷା କରାଯିବାକୁ ବୈଠକରେ ସ୍ଥିର କରାଯାଇଥିଲା। ଟ୍ରଷ୍ଟ ବୋର୍ଡ ସଦସ୍ୟ ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ମୁରଲୀଧର ସାହୁ, ରାଜେନ୍ଦ୍ର ସିଂ, ସଞ୍ଜୟ ସାହୁ, ଗଗନ ବିହାରୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରର ମହାପ୍ରବନ୍ଧକ ପି.ବି. ରେଡ୍ଡୀ, ମୁରଲୀଧର ମିଶ୍ର, ନୀଳମଣି ସାହୁ, ବି.ସି. ତ୍ରିପାଠୀ, ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଚତୁର୍ଭୂଜ ଦାସ, ଅଭୟ କୁମାର ଗଡନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସାମାଜିକକର୍ମୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ଦୁର୍ଘଟଣା: ୨୦ ଘଣ୍ଟା ରାସ୍ତା ଜାମ

ଅନୁଗୋଳ,୧।୪(ମାନସ ବିଶ୍ୱାଳ): ଅନୁଗୋଳ ସହର ହନୁମାନ ବଜାରରେ ଏକ ଟ୍ରଲର ଦୁର୍ଘଟଣା ଘଟି ୨୦ ଘଣ୍ଟା ରାସ୍ତା ଜାମ ହୋଇଛି। ଫଳରେ ଲୋକଙ୍କ ଯାତାୟତରେ ନାହିଁ...

ନାଳରେ ପଡିଛି ଦନ୍ତାହାତୀର ମୃତଦେହ

ପାଲଲହଡ଼ା,୪।୧: ଅନୁଗୋଳ ଜିଲା ସଇଡ଼ା ପଞ୍ଚାୟତ ବିଜୁସାହି ନିକଟ ନାଳରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ...

ତାଳଚେର ଓକିଲ ସଂଘ ନିର୍ବାଚନ: ସନ୍ତୋଷ ସଭାପତି, ମାନସ ସମ୍ପାଦକ

ତାଳଚେର,୨୯ା୩(ମନୋଜ ନନ୍ଦ)- ଅନୁଗୋଳ ଜିଲା ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସନ୍ତୋଷ ସାହୁ, ଉପସଭାପତି ଭାବେ ପ୍ରମୋଦ...

ପାଲଲହଡ଼ା ଓକିଲ ସଂଘ ନିର୍ବାଚନ: ମନୋରଞ୍ଜନ ସଭାପତି, ରଶ୍ମିରଞ୍ଜନ ସମ୍ପାଦକ

ପାଲଲହଡ଼ା,୨୯ା୩(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ଓକିଲ ସଂଘର ସାଧାରଣ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଭାବେ ମନୋରଞ୍ଜନ ପାଳ, ଉପସଭାପତି ଭାବେ...

ଆଠମଲ୍ଲିକ ବାର୍‌ ଆସୋସିଏଶନ ନିର୍ବାଚନ: ସୁଶାନ୍ତ ସଭାପତି, ଅର୍ଜୁନ ସମ୍ପାଦକ

ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର, ଉପସଭାପତି ଭାବେ ବିଦ୍ୟୁତ୍‌...

ଅନୁଗୋଳ ବାର୍‌ ଆସୋସିଏଶନ ନିର୍ବାଚନ: ହିମାଂଶୁ ସଭାପତି, ଧ୍ରୁବଚରଣ ସମ୍ପାଦକ

ଅନୁଗୋଳ,୨୯ା୩ (ମାନସ ବିଶ୍ୱାଳ)/ (ଜ୍ୟୋତିରଞ୍ଜନ ସାହୁ)- ଅନୁଗୋଳ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ହିମାଂଶୁ ଭୂଷଣ ସାମଲ ଏବଂ ସାଧାରଣ...

ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ଦୁର୍ଯ୍ୟୋଧନ ସଭାପତି, ଅଶୋକ କୁମାର ସମ୍ପାଦକ

ଛେଣ୍ଡିପଦା,୨୯ା୩ (ଅଜିତ ଧଳ)- ଅନୁଗୋଳ ଜିଲା ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦୁର୍ଯ୍ୟୋଧନ ମାଝୀ ବିଜୟୀ ହୋଇଛନ୍ତି। ସେ...

ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ: ଅଞ୍ଜନ ସଭାପତି, ସୁଧାଂଶୁ ଶେଖର ସମ୍ପାଦକ

ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ ନିର୍ବାଚନ ବିନା ପ୍ରତିଦ୍ବନ୍ଦ୍ୱିତାରେ ଶେଷ ହୋଇଛି। ପ୍ରତି ପଦବୀ ପାଇଁ ୨ ଜଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image