୮ରେ ‘ମୋ ବସ୍‌’ରେ ମାଗଣା ଯିବେ ମହିଳା

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତା ୮ତାରିଖରେ ‘ମୋ ବସ୍‌’ରେ ମହିଳା ଦେୟମୁକ୍ତ ଯାତ୍ରା କରିପାରିବେ। ମହିଳା ଦିବସରେ ମହିଳାଙ୍କ ପ୍ରତି ସମ୍ମାନ ଜଣାଇ କ୍ରୁଟ୍‌ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାର ୨୧ ରୁଟ୍‌ରେ ୨୦୦ଟି ‘ମୋ ବସ୍‌’ ଚାଲୁଛି। ଏଥିରେ ୬୦ପ୍ରତିଶତ କଣ୍ଡକ୍ଟର ମହିଳା ଅଛନ୍ତି।

Share