୮୦ପ୍ରତିଶତ ବୟସ୍କଙ୍କୁ ଦିଆଯାଇଛି କରୋନା ଟିକା

ନୂଆଦିଲ୍ଲୀ,୧୯।୨: ଦେଶରେ ୨୦୨୦ରୁ କରୋନା ପ୍ରକୋପ ଜାରି ରହିଛି। କରୋନା ଭାଇରସ୍‌କୁ ହରାଇବା ପାଇଁ ସରକାରଙ୍କ ପକ୍ଷରୁ ଗତ ବର୍ଷ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି। ଏଥିସହ ଦେଶ ଟିକାକରଣ ମାମଲାରେ ଆଉ ଏକ ଉପଲବ୍ଧି ହାସଲ କରିଛି। ସୂଚନା ମୁତାବକ ଦେଶରେ ୮୦ ପ୍ରତିଶତ ବୟସ୍କ ଜନସଂଖ୍ୟାକୁ କରୋନା ଟିକାର ଉଭୟ ଡୋଜ ଦିଆଯାଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟୁଇଟ କରି ସୂଚନା ଦେଇଛନ୍ତି। ମାଣ୍ଡଭିଆ ଟୁଇଟ କରି ଲେଖିଛନ୍ତି, ୮୦ପ୍ରତିଶତ ଯୋଗ୍ୟ ଜନସଂଖ୍ୟାଙ୍କୁ କୋଭିଡ ଟିକାକରଣର ଉଭୟ ଡୋଜ ଦେବା କ୍ଷେତ୍ରରେ ଭାରତ ଏକ ଐତିହାସିକ ରେକର୍ଡ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ସବକା ପ୍ରୟାସ’ର ମନ୍ତ୍ର ସହିତ ଦେଶ ଦ୍ରୁତ ଗତିରେ ୧୦୦ପ୍ରତିଶତ ଟିକାକରଣ ଆଡକୁ ଗତି କରୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Share