୮୦୩ କିଲୋଗ୍ରାମ୍‌ ଓଜନର ବୃହତ୍‌ କଖାରୁ ଉତ୍ପାଦନ କରିଥିବା ଚାଷୀଙ୍କୁ ଲକ୍ଷେ ୬୦ ହଜାର ପୁରସ୍କାର

ଟରୋଣ୍ଟୋ,୭।୧୦: କାନାଡ଼ାରେ ଜଣେ ଚାଷୀ ୮୦୩.୫୪ କିଲୋଗ୍ରାମ୍‌ ଓଜନର ବୃହତ୍‌ କଖାରୁ ଉତ୍ପାଦନ କରି ଲକ୍ଷେ ୬୦ ହଜାର ଟଙ୍କାର ପୁରସ୍କାର ଜିଣିଛନ୍ତି। ସ୍ଥାନୀୟ ବୁଶ୍‌ କାଉଣ୍ଟିସ୍ଥିତ ପୋର୍ଟ ଏଲଗିନ୍‌ ଗାଁରେ ଆୟୋଜିତ ହୋଇଥିବା ୩୩ତମ କଖାରୁ ଉତ୍ସବରେ କେମରୋନ୍‌ର ଚାଷୀ ଜେନ୍‌ ହଣ୍ଟ ଏବଂ ତାଙ୍କ ସ୍ତ୍ରୀ ଫିଲ୍‌ ହଣ୍ଟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ସହିତ ସମ୍ମାନୀତ କରାଯାଇଛି। ଏନେଇ ଜେନ୍‌ କହିଛନ୍ତି ଯେ, କଖାରୁ ଗଛ ମୂଳରୁ ଅନାବନା ଗଛ ସଫା କରିବା ସହିତ ଠିକ୍‌ ସମୟରେ ସାର ଦେବାକାର୍ଯ୍ୟ କରାଯାଇଛି। ଏଥିପାଇଁ ତାଙ୍କୁ କଷ୍ଟ କରିବାକୁ ପଡ଼ିଥିବା ସେ କହିଛନ୍ତି।

Share