ଉଲୁଣ୍ଡା, ୮ା୪(ଡି.ଏନ.ଏ.): ରାଜ୍ୟ ତଥା କେନ୍ଦ୍ର ସରକାର କରୋନରୁ ରକ୍ଷା ପାଇବା ପାଇଁ ଲକ୍ଡାଉନ ଘୋଷଣା ପରେ ଗରିବ ପରିବାରମାନେ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଗ୍ରୀମ ତିନି ମାସର ଚାଉଳ ଯୋଗଇ ଦିଆଯାଉଛି। ଏହିକ୍ରମରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକରେ ୮୦ ହଜାର ୭୪୬ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଅଧିକାରୀମାନେ ପ୍ରତ୍ୟେକ ଗ୍ରାମକୁ ଯାଇ ସାମାଜିକ ଦୁରତ୍ୱ ରଖି ଚାଉଳ ବଣ୍ଟନ କରିଥିବା ଯୋଗାଣ ନିରୀକ୍ଷକ ରାଜକିଶୋର ନାଏକ ସୂଚନା ଦେଇଛନ୍ତି।