Categories: ଜାତୀୟ

୮୦ ବର୍ଷରେ ପଦାର୍ପଣ କଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୨୨।୧୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ନେତାଜୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଭବନରେ ଦଳୀୟ କର୍ମୀଙ୍କ ଭିଡ ଜମିଛି। ସମାଜବାଦୀ ପାର୍ଟି ମୁଖ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଲାୟମଙ୍କ ଜନ୍ମଦିନ ଖୁବ୍‌ ଆଡମ୍ବରର ସହ ପାଳନ କରାଯାଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଲାୟମ ଜୀ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା। ପ୍ରଭୁ ଶ୍ରୀରାମ ପାଖରେ ଆପଣ ସୁସ୍ଥ, ଦୀର୍ଘାୟୁ ଏବଂ ସକ୍ରିୟ ଜୀବନ କାମନା କରୁଛି ବୋଲି ଆଦିତ୍ୟନାଥ ଟୁଇଟ୍‌ ଯୋଗେ କହିଛନ୍ତି।

Share