Categories: ଜାତୀୟ

୮୦ ବର୍ଷର ଆଇନ ଲଢ଼େଇ ପରେ ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟକୁ ମିଳିଲା ୧୮୮ ଏକର ଜମି

ତିରୁପତି,୭।୯: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଟ୍ରଷ୍ଟ୍‌କୁ ୮୦ ବର୍ଷ ଆଇନ ଲଢ଼େଇ ପରେ ସଫଳତା ମିଳିଛି। ଟ୍ରଷ୍ଟକୁ ୧୮୮ ଏକର ଏବଂ ୩୨ ସେଣ୍ଟ୍‌ ଜମିର ମାଲିକାନା ମିଳିଛି। ଏହି ଜମିର ଦାମ୍‌ ହଜାରେ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୧୯୪୦ରେ ଏନେଇ ତଲ୍ଲପକା ଅନାମଚାର୍ଯ୍ୟଙ୍କ ବଂଶଧରଙ୍କ ପକ୍ଷରୁ ଚିନ୍ତାନାଚେନୁ ଅଞ୍ଚଳରେ ଥିବା ଏହି ଜମି ଲାଗି ଅଭିଯୋଗ କରାଯାଇଥିଲା।

Share