ବଡ଼ସାହି,୫ା୨(ସ୍ବ.ପ୍ର)-୩୦ ବର୍ଷ ତଳେ ସ୍ବାମୀ ଆର ପାରିକୁ ଚାଲି ଗଲେଣି। ବୟସ ୮୦ ଛୁଇଁଲାଣି ା ଅଣ୍ଟାରେ ବଳ ନ ଥିବା ବେଳେ ଚାଲିବାକୁ ଅକ୍ଷମ ା ଏପରି ସ୍ଥଳେ ଆତ୍ମୀୟ ମୁହଁ ଫେରାଇ ନେଇ ଥିବାରୁ କେବଳ ନାତି ଆଶ୍ରାରେ ଦିନ ବିତୁଛି ା ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଦରଖାସ୍ତ ଦେବା ପରେ ମଧ୍ୟ ଅଦ୍ୟାବଧି ସରକାରୀ ଭତ୍ତା ଖଣ୍ଡିକ ତାଙ୍କ ପାଇଁ ସାତ ସପନ ପାଲଟିଛି ା ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ କେନ୍ଦୁଆସାହି ଗ୍ରାମରେ ଥିବା ଗୁରୁବାରୀ ସିଂଙ୍କ ଠାରେ ା ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀସ୍ତରରେ କୌଣସି ସୁବିଧା ଯୋଗାଇ ଦିଆଯାଇ ନାହିଁ ା ନା ଅଛି ବିପିଏଲ କାର୍ଡ ନା ମିଳିଛି ପକ୍କା ଘର। ନାତିର ହାତ ଟେକାକୁ ଚାହିଁ ବସି ରହିଛନ୍ତି ବୃଦ୍ଧା ଜଣକ। ବାର୍ଦ୍ଧକ୍ୟ ଅବସ୍ଥାରେ ୩ ପୁଅଙ୍କ ଆର୍ଥିକ ସ୍ଥିତି ସଚ୍ଛଳ ନ ଥିବାରୁ ଭାଗ୍ୟକୁ ଆଦରି ନାତି ପାଖରେ ପଡିରହିଛନ୍ତି ସେ। ତେବେ ସରକାରୀସ୍ତରରେ ଦିଆଯାଉଥିବା ବାର୍ଦ୍ଧକ୍ୟ କିମ୍ବା ବିଧବା ଭତ୍ତା ଖଣ୍ଡିକ ତାଙ୍କ ଠାରୁ ଦୂରେଇ ଯାଇଛି ବୋଲି କୋହଭରା କଣ୍ଠରେ ସେ ପ୍ରକାଶ କରିଛନ୍ତି ା ପୂର୍ବରୁ ଭତ୍ତା କରାଇଦେବାକୁ ତାଙ୍କୁ ଲାଞ୍ଚ ମଗା ଯାଇଥିଲା। କିନ୍ତୁ ସେ ଅକ୍ଷମତା ପ୍ରକାଶ କରିବାର ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳି ପାରି ନାହିଁ। ଏନେଇ ସେ ବ୍ଲକରେ ଚାଲିଥିବା ଜିଲାପାଳଙ୍କ ଜନଶୁଣାଣି ଶିବରରେ ମଧ୍ୟ ଆବେଦନ କରିଥିଲେ ା ମାତ୍ର ବ୍ଲକଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁରୁବାରୀର କରୁଣ ଦୁଃଖକୁ କେହି କର୍ଣ୍ଣପାତ କରି ନ ଥିଲେ ା ଖୁବ୍ ଶୀଘ୍ର ବୃଦ୍ଧାଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ସରପଞ୍ଚ ସୁପ୍ରଭା ସିଂଙ୍କୁ ପଚାରିବାରୁ ମୁଁ ସରପଞ୍ଚ ହେବା ପରେ ଏପରି ଅଭିଯୋଗ ଆସିନାହିଁ ା ତେବେ ବୃଦ୍ଧାଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବା ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ସେ କହିଛନ୍ତି ା