୮୧ଜଣଙ୍କ ସ୍ବାବ ସଂଗ୍ରହ

ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ମୋଟ ୮୧ ଜଣଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇଛି। ପୂର୍ବରୁ ୨୧ଜଣଙ୍କର ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରବିବାର ସୁଦ୍ଧା ଆଉ ୬୦ଜଣଙ୍କର ପଠାଯାଇଛି।  ବାଲେଶ୍ୱର ଏବଂ ଖଇରା ମେଡିକାଲ ଟିମ୍‌ ମିଳିତ ଭାବେ ମାଖନପୁର, ଅନ୍ତରା, ଝିଙ୍କିରିଆ, କୁରୁଣ୍ଟା, ମାଣିତ୍ରୀ, ଗଗନଧୂଳି, ସୁଣ୍ଢିରା ଗଣ୍ଡିବେଡରୁ ୪୧ ଓ ଗୋବିନ୍ଦପୁର ଏବଂ ସାରୁଗାଁ ପଞ୍ଚାୟତରୁ ୧୯ଜଣଙ୍କର ସ୍ବାବ ସଂଗ୍ରହ କରି ନେଇଥିଲେ। ଏହି ସ୍ବାବକୁ ଭୁବନେଶ୍ୱର ପଠାଯିବ ବୋଲି ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ କହିଛନ୍ତି। ପୂର୍ବରୁ ଦିଆଯାଇଥିବା ୨୧ଜଣଙ୍କ ରିପୋର୍ଟ ୨ଦିନ ମଧ୍ୟରେ ପହଞ୍ଚିବ ବୋଲି ଉଲ୍ଲେଖ କରିଛନ୍ତି।