୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ କମ୍‌ ଲୋକଙ୍କ କ୍ଷେତ୍ରରେ ଏହି ଉତ୍ସାହ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଓ୍ବାହିଦା ରେହମାନ ହେଉଛନ୍ତି ଜଣେ। ଯିଏ ୮୧ ବର୍ଷ ବୟସରେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି ଆରମ୍ଭ କରିଛନ୍ତି। ଗତ କିଛିଦିନ ମଧ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି ପ୍ରଦର୍ଶନୀରେ ତାଙ୍କ ଫଟୋ ପ୍ରଦର୍ଶିତ ହୋଇଥିଲା, ଯାହାକୁ ଦେଖିବା ପାଇଁ ବଲିଉଡ୍‌ ଜଗତର ବହୁ ଅଭିନେତ୍ରୀ ଅଭିନେତା ପହଞ୍ଚତ୍ଥିବା ଦେଖାଯାଇଥିଲା। କିନ୍ତୁ ଏତିକିରେ ଓ୍ବାହିଦାଙ୍କ ସ୍ବପ୍ନ ସରିନି, ସେ ଏବେ ସ୍କୁବା ଡାଇଭିଂ କରିବେ ବୋଲି ଏକ ଇଣ୍ଟରଭ୍ୟୁରେ କହିଛନ୍ତି। ପରିଣତ ବୟସରେ ବି ସ୍ବପ୍ନ ସାକାର ପାଇଁ ଓ୍ବାହିଦାଙ୍କ ମନରେ ଥିବା ଉତ୍ସାହ ମତେ ପ୍ରେରଣା ଦେଇଛି ବୋଲି ଲୋକପ୍ରିୟ ଅଭିନେତ୍ରୀ ଟୁଇଙ୍କିଲ୍‌ ଖାନ୍ନା ତାଙ୍କ ଟୁଇଟର ପେଜ୍‌ରେ
ଲେଖିଛନ୍ତି।

Share