‘୮୩’ରେ ଦୀପିକା ପାଦୁକୋନ

ମୁମ୍ବାଇ : ଚଳଚ୍ଚିତ୍ର ‘୮୩’ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିଆଯାଇଛି। କ୍ରୀଡ଼ାଭିତ୍ତିକ ଏହି ଚଳଚ୍ଚିତ୍ରରେ ସେ ସ୍ବାମୀ ରଣବୀର ସିଂଙ୍କ ସହ ଅଭିନୟ କରିବେ। ଦୀପିକା ଏହି ଚଳଚ୍ଚିତ୍ରରେ ରୋମୀ ଦେବଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ରଣବୀର କ୍ରିକେଟର କପିଳଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ବୁଧବାର ରଣବୀର ଏସମ୍ପର୍କରେ ଘୋଷଣା କରିଛନ୍ତି। କବିର ଖାନ୍‌ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ନେଇ ଦୀପିକା ବେଶ୍‌ ଆଶାବାଦୀ ରହିଥିବା ରଣବୀର ପ୍ରକାଶ କରିଛନ୍ତି। ‘୮୩’ ସ୍କ୍ବାଡ୍‌ରେ ଦୀପିକା ସାମିଲ ହେବା ପରେ କବିର ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। ମଧୁ ମାଣ୍ଟେନା, ବିଷ୍ଣୁ ଇନ୍ଦୁରୀ ଓ କବିରଙ୍କ ଦ୍ୱାରା ପ୍ରଯୋଜିତ ଓ ରିଲାଏନ୍ସ ଏଣ୍ଟର୍‌ଟେନ୍‌ମେଣ୍ଟ ବ୍ୟାନରରେ ହେଉଥିବା ଏହି ଚଳଚ୍ଚିତ୍ର କପିଳଙ୍କ ଉପରେ ଆଧାରିତ। ୧୯୮୩ରେ କ୍ରିକେଟର କପିଳଦେବଙ୍କ ଅଧିନାୟକତ୍ୱରେ ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଫାଇନାଲ୍‌ ମ୍ୟାଚରେ ବିଜୟୀ ହୋଇ ପ୍ରଥମ ବିଶ୍ୱକପ ହାସଲ କରିଥିଲା ।
ମେନ୍‌ ଇନ୍‌ ବ୍ଲୁ ନିଜର ପରାକ୍ରମ ଦେଖାଇ ଭାରତକୁ ବିଶ୍ୱବିଜୟୀ କରାଇଥିଲେ। ଫିଲ୍ମକୁ ନେଇ ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶାବାଦୀ ଥିବାବେଳେ ଏହା ୨୦୨୦ ଏପ୍ରିଲ ୧୦ ତାରିଖରେ ମୁକ୍ତିଲାଭ କରିବ।

Share